ଆସିକା ଫେଷ୍ଟିଭାଲ ପାଇଁ ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଆସିକା

ଆସିକା ବ୍ଲକ ସମିତି ଗୃହ ଠାରେ ଆସିକା ଫେଷ୍ଟିଭାଲ-୨୦୧୯ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଆସିକା ବିଡିଓ ସତ୍ୟସୁନ୍ଦର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଗତ ବର୍ଷ ଆରମ୍ଭ ହୋଇଥିବା ଆସିକା ମହୋତ୍ସବ ଏହି ବର୍ଷ ମଧ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ସମିତି ସଭାଗୃହଠାରେ ଆସିକା ବ୍ଲକର ୨୭ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ବ୍ଲକ କର୍ମଚାରୀ, ଆସିକା ତହସିଲ, ଆସିକା ଥାନା,ଆସିକା ବିଦୁ୍ୟତ ବିଭାଗର ମୁଖ୍ୟମାନଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯାଇଥିଲା । ଏହି ପରିଚାଳନା କମିଟିକୁ ନେଇ ଆଗାମୀ ଦିନରେ ଏକ ବୈଠକ ଅନୁଷ୍ଠିତ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*