ଆଲୁମିନିୟମ ବୋଝେଇ ଟ୍ରକକୁ ପିଟିଲା କୋଇଲା ବୋଝେଇ ଟ୍ରକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବରମୁନ୍ଦା ଓଭରବି୍ରଜ ଉପରେ ବୁଧବାର ଦିନ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଦୁଇଟି ଟ୍ରକ ଧକ୍କା ହେବା ଫଳରେ କୋଇଲା ବୋଝେଇ ଟ୍ରକ୍‌ରେ ଥିବା ଡ୍ରାଇଭର ଚାପି ହୋଇଯାଇଥିଲେ । ଯାହାକୁ ନେଇ ଜାତୀୟ ରାଜପଥରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଡ୍ରାଇଭର ଚାପି ହୋଇ ଚିକôାର କରିଥିଲେ । ଖବର ପାଇ କମିଶନରେଟ୍‌ ପୁଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦିନ ସାଢ଼େ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ କୋଇଲା ବୋଝେଇ ଟ୍ରକକୁ ଗ୍ୟାସ କଟରରେ କାଟି ଚାପି ହୋଇଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଥିବା ଡ୍ରାଇଭରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଡ୍ରାଇଭର ଜଣଙ୍କ ହେଲେ ଆନ୍ଧ୍ର ପ୍ରଦେଶର ଫାରୁକ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଜାତୀୟ ରାଜପଥ ଉପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷରୁ ଶହ ଶହ ଗାଡି ମୋଟର ଅଟକି ରହିଥିଲା । ଘଟଣା ପରେ କମିଶନରେଟ୍‌ ପୁଲିସ ଅନ୍ୟ ଗାଡିକୁ ଓଭରବି୍ରଜ୍‌ ଉପର ଦେଇ ଯିବାକୁୁ ଦେଇନଥିଲା । ସବୁ ଗାଡିକୁ ତଳ ରାସ୍ତା ଦେଇ ଛଡା ଯାଇଥିଲା । ବାରମ୍ବାର ବରମୁନ୍ଦା ଓଭରବି୍ରଜ୍‌ ଉପରେ ଦୁର୍ଘଟଣା ଘଟୁଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭିତ ହୋଇଛନ୍ତି । ପୂର୍ବରୁ ଟ୍ରାଫିକ ପୁଲିସ ଓଭରବି୍ରଜ୍‌ ଉପରେ ଗାଡି ମୋଟର ଯାଞ୍ଚ କରିବା ପାଇଁ ସ୍ପିଡ୍‌ ମିଟର ଲଗାଇଥିଲା । ଏବେ କାହିଁକି ଏହି ବ୍ୟବସ୍ଥା ଅଚଳ ହୋଇଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଖବର ପାଇ ଟ୍ରାଫିକ ଡିସିପି ସୋ÷ମ୍ୟ ମିଶ୍ର ଘଟଣା ସ୍ଥଳରେ ପହଞ୍ଚô ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । କିଛି ପ୍ରତ୍ୟେକଦର୍ଶୀଙ୍କ କହିବା ଅନୁଯାୟୀ ଡ୍ରାଇଭରଙ୍କ ଆଖି ପଡିଯିବାରୁ ଏଭଳି ଦୁର୍ଘଟଣା ଘଟିଥିଲା । ପୁଲିସ ଦୁଇଟି ଗାଡିକୁ ଜବତ କରିବା ସହ ଆଲୁମିନିୟମ ଟ୍ରକର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଦେଶରୁ ଫାରୁକ୍‌ (୩୫) ଏପି-୩୯-ଟିବି-୬୧୪୮ରେ କୋଇଲା ବୋଝେଇ ଟ୍ରକରେ ଜୟଦେବ ବିହାର ଆଡୁ ଖନ୍ଦଗିରି ଅଭିମୁଖେ ଆସୁଥିଲେ । ବୁଧବାର ସମୟ ଦିନ ସାଢ଼େ ୨ଟା ୩୦ ମିନିଟ୍‌ । କୋଇଲା ବୋଝଇ ଟ୍ରକ୍‌ଟି ଖନ୍ଦଗିରିରୁ ଜୟଦେବ ବିହାର ଅଭିମୁଖେ ଗଲାବେଳେ ବରମୁନ୍ଦା ଓରଭବି୍ରଜ୍‌ ଉପର ଦେଇ ଯାଉଥିବା ସମୟରେ ଆଗରେ ଥିବା ଏକ ଆଇରନ ବୋଝେଇ ଟ୍ରଲର ଏନ୍‌ଏଲ-୦ ଆଇଏଲ-୫୭୮୯କୁ ଧକ୍କା ଦେବା ଫଳରେ କୋଇଲା ବୋଝେଇ ଟ୍ରକ ସମ୍ମୁଖ ଭାଗ ଭିତରେ ପଶି ଯାଇଥିଲା । ଟ୍ରକ ଟ୍ରାଇଭର ଟ୍ରଲରର ପଛପଟେ ମାଡ ହେବାରୁ ସେ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରୁ ହେଲପର ଫେରାର ହୋଇଯାଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ,ଚାପି ହୋଇଯାଇଥିବା ଫାରକୁ ଜୀବନ ବଞ୍ଚାଇବାକୁ ଚିକôାର କରିଥିଲେ । ଦୁର୍ଘଟଣା ପରେ ଅନ୍ୟ ଗାଡି ଗୁଡିକ ଅଟକି ରହିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା । ଖବର ପାଇ କମିଶନରେଟ୍‌ ପୁଲିସ, ଅଗ୍ନିଶମ ବାହିନୀ ଟିମ୍‌ ଓ ଓଡ୍ରାଫ ଟିମ ପହଞ୍ଚô ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗ୍ୟାସ କଟରରେ କାଟି କାଟି ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଡ୍ରାଇଭର ଫାରୁକଙ୍କ ଛାତି ଓ ପେଟରେ ଶକ୍ତ ଆଘାତ ଲାଗିବାରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ କିିଛି ସମୟ ଚିକିତ୍ସା ହେବା ପରେ ଫାରୁକଙ୍କ ମୃତୁ୍ୟ ଘଟିଥିଲା । ଆଲୁମିନିୟମ ବୋଝେଇ ଟ୍ରକର ଅନ୍ୟ ଡ୍ରାଇଭର କହିଛନ୍ତି ଯେ, ଆମର ୫ଟି ଆଲୁମିନିୟମ ଗାଡି କଟକ ଅଭିମୁଖେ ଯାଉଥିଲା । ଆମେ ବରମୁନ୍ଦା ଓରଭବି୍ରଜ୍‌ ଉପରେ ଗାଡି ଗୁଡିକ ରଖି ଖାଇବାକୁ ଯାଇଥିଲୁ । ହେଲେ ଏହାର କେଇ ମିନିଟ୍‌ ପରେ କୋଇଲା ବୋଝେଇ ଟ୍ରକ ଆଲୁମିିନିୟ ଗାଡି ସହ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*