ଆରମ୍ଭ ହେଲା ଶ୍ରମିକ ପେନସନ୍‌ ଯୋଜନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ନୂଆଦିଲ୍ଲୀ/ଭୁବନେଶ୍ୱର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜରାଟର ଅହମ୍ମଦାବାଦସ୍ଥିତ ବସ୍ତ୍ରାଲ ପଡିଆଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନାକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି । ଅସଂଗଠିତ ଶ୍ରମିକମାନଙ୍କୁ ବୃଦ୍ଧାବସ୍ଥାରେ ସୁରକ୍ଷା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ଅଧୀନରେ ଉଠାଦୋକାନୀ, ରିକ୍ସାଚାଳକ, ବୋଝ ବୋହୁଥିବା ଓ ଇଟା ଭାଟିରେ କାର୍ଯ୍ୟରତ ଶ୍ରମିକ, ଦର୍ଜୀ, ବିଡି ଶ୍ରମିକ, ଘରୋଇ ସହାୟକ, ହସ୍ତତନ୍ତ୍ର କାରିଗର ଭଳି ୧୫୦ ପ୍ରକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ଏଥିରେ ଅନ୍ତୁର୍ଭକ୍ତ ହେବେ । ଏଥିପାଇଁ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତ ଶ୍ରମିକଙ୍କ ବୟସ ୧୮ରୁ ୪୦ ମଧ୍ୟରେ ହେବା ଆବଶ୍ୟକ । ଏହା ବ୍ୟତୀତ ତାଙ୍କର ଆୟ ମାସିକ ୧୫ ହଜାର କିମ୍ବା ତାଠାରୁ କମ ହେବା ଆବଶ୍ୟକ । ଏହି ସ୍ୱେଚ୍ଛାକୃତ ଅଂଶ ଦାନ ପେନସନ ଯୋଜନା ଅଧୀନରେ ଜଣେ ସଦସ୍ୟଙ୍କୁ ୬୦ ବର୍ଷ ପରେ ନିଶ୍ଚିତ ଭାବେ ତିନି ହଜାର ଟଙ୍କା ପେନସନ ମିଳିବ । ସଦସ୍ୟଙ୍କ ମୃତୁ୍ୟ୍ୟ କ୍ଷେତ୍ରରେ ସେମାନଙ୍କ ପତି ବା ପତ୍ନୀଙ୍କୁ ପେନସନର ଶତକଡା ୫୦ ଭାଗ ପରିବାର ପେନସନ ମିଳିବ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପିଏମ କିଷାନ ସମ୍ମାନନିଧି ଯୋଜନାରେ ୧୨ କୋଟି ହିତାଧିକାରୀଙ୍କୁ ସାମିଲ କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଅଧୀନରେ ୪୨ କୋଟି ଅସଂଗଠିତ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି କହିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପ୍ରମୁଖ ଉଦ୍ବୋଧନ ଦେଇ ଯୋଜନାର ରୂପରେଖ ଉପରେ ସୂଚନା ଦେଇଥିଲେ ।
ଏଥିପାଇଁ ଭୁବନେଶ୍ୱରଠାରେ ଆୟୋଜିତ ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଯୋଜନାରେ ଓଡ଼ିଶାର ପ୍ରାୟ ୩୨ ହଜାର ନିର୍ମାଣ ଶ୍ରମିକ ଏଥିରେ ଯୋଡି ହୋଇଥିବା ପ୍ରକାଶ କରିଥିଲେ । ଏ ପର୍ଯ୍ୟନ୍ତ ୨୪ ହଜାର କାର୍ଡ ପ୍ରସ୍ତୁତ ହୋଇଥିବା ରାଜ୍ୟ ଜନସେବା କେନ୍ଦ୍ର ମୁଖ୍ୟ ସ୍ୱର୍ଣ୍ଣପ୍ରଭା ସିଂ ସୂଚନା ଦେଇଥିଲେ । ଏହି ଅବସରରେ ଭାରତୀୟ ତୈଳ ନିଗମ ପାରିପାଶ୍ୱିର୍କ ବିକାଶ ଯୋଜନା ଅଧୀନରେ ପୁରୀ ମହୋଦଧି ମହାବୀର କ୍ଲବ ପାଠାଗାର, ପୁରୀ କୃଷ୍ଣପ୍ରସାଦ ବ୍ଲକର ବୀଣାପାଣୀ ୟୁଥ କ୍ଲବ, ଖୋର୍ଦ୍ଧା ଜିଲ୍ଲା ଜାଆଁଳାଠାରେ ଜଳଜୀବନ ଅଧୀନରେ ସୋଲାର ସବରମର୍ଜସିବୁଲ ପମ୍ପ, କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଚନ୍ଦ୍ରଦେଇପୁରଠାରେ ସୋଲାର ଷ୍ଟ୍ରିଟ ଲାଇଟର ଉଦଘାଟନ କରିଥିଲେ । ଏହାଛଡା ୨୧୭ ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*