ଆରବିଆଇର ନୂଆ ନିଦେ୍ର୍ଦଶ ହଜାରେ ନୁହେଁ ୧୦ ହଜାର ଉଠାଇ ପାରିବେ ପିଏମସି ବ୍ୟାଙ୍କ ଖାତା ଧାରକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ପଞ୍ଜାବ ଆନ୍ଦ୍‌ ମହାରାଷ୍ଟ୍ର କର୍ପୋରେସନ୍‌ ବ୍ୟାଙ୍କ (ପିଏମସି)ର ଖାତା ଧାରକକୁ ଆଶ୍ୱସ୍ତ କରିଛନ୍ତି । ଏହି ଖାତାଧାରକମାନେ ଏବେ ହଜାରେ ନୁହେଁ ୧୦ହଜାର ଟଙ୍କା ଉଠାଇପାରିବେ । ପୂର୍ବରୁ ଆରବିଆଇ ଏହି ବ୍ୟାଙ୍କ ଉପରେ ୬ମାସିଆ କଟକଣା ଜାରି କରିବା ସହ ଏହି ଖାତା ଧାରକମାନେ ଦୈନିକ ୧ହଜାର ଟଙ୍କା ଉଠାଇବାର ନିଦେ୍ର୍ଦଶ ଜାରି କରିଥିଲା । ଏହାକୁ ନେଇ ଦେଶବ୍ୟାପି ବଡ ପ୍ରତିକି୍ରୟା ସୃଷ୍ଟି ହୋଇଥିଲା ।
ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଖାତା ଧାରକମାନେ ଏବେ ଆକାଉଣ୍ଟରୁ ୧୦ହଜାର ଟଙ୍କା ଉଠାଇପାରିବେ (ଏଥିରେ ଏକ ହଜାର ଟଙ୍କାର ସେହି ପରିମାଣ ସାମିଲ, ଯାହା ପୂର୍ବରୁ ଉଠାଯାଇଛି) । ଗତ ୨୩ତାରିଖରେ ଆରବିଆଇ ଏକ ବିଜ୍ଞପ୍ତି ଜାରି କରି ପୂର୍ବ ନିଦେ୍ର୍ଦଶ ଦେଇଥିଲାବେଳେ ଉଲ୍ଲେଖ କରିଥିଲା ଯେ, ଏହି ନିଦେ୍ର୍ଦଶନାମା ଜାରି କରିବାର ଅର୍ଥ ନୁହେଁ ଯେ, ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରାଯାଇଛି । ଏବେ ବ୍ୟାଙ୍କକୁ ନୂଆ ଋଣ ଦେବା ପାଇଁ ଆରବିଆଇ ପ୍ରତିବନ୍ଧକ ଜାରି ରଖିଛି ।
ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ମାମଲା
ସଙ୍କଟରେ ପଡିଥିବା ପିଏମସି ବ୍ୟାଙ୍କର ଖାତାଧାରକମାନେ ଏବେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ଗୁରୁବାର ଭାଜପା ସାଂସଦ କିରିଟ୍‌ ସୋମେୟାଙ୍କ ସମେତ ସ୍ଥାନୀୟ ଲୋକେ ବ୍ୟାଙ୍କ ଅଧ୍ୟକ୍ଷ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ଏଚଡିଆଇଏଲ୍‌ ବିରୋଧରେ ଜମାକାରୀଙ୍କ ୩ହଜାର କୋଟି ଟଙ୍କା ଲୁଟ୍‌ ନେଇ ମାମଲା ରୁଜୁ ହୋଇଛି ।
ସାଂସଦ ସୋମେୟା ଇଆଇଡବ୍ଲୁ୍ୟ ନିକଟରେ ମାମଲା ରୁଜୁ କରି କହିଛନ୍ତି ଯେ, ଅତି କମରେ ୯.୧୨ଲକ୍ଷ ଜମାକାରୀଙ୍କ ଅର୍ଥ ପିଏମସି ବ୍ୟାଙ୍କର ପ୍ରବନ୍ଧକ ଏବଂ ରିଏଲ ଇଷ୍ଟେଟ୍‌ କମ୍ପାନୀ ଏଚଡିଆଇଏଲ୍‌ ଲୁଟିଛି । ସେମାନେ ଷଡ଼ଯନ୍ତ୍ର କରି ଏହି ଅର୍ଥ ଲୁଟ୍‌ କରିଥିବାରୁ ଯାଞ୍ଚ ହେବା ଆବଶ୍ୟକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*