ଆମ୍ରିରେ ଅଛନ୍ତି ଶ୍ରେଷ୍ଠ ୟୁରୋଲୋଜିଷ୍ଟ ଓ ନେଫ୍ରୋଲୋଜିଷ୍ଟଙ୍କ ଟିମ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ଉଚ୍ଚ ଅଭିଜ୍ଞ ଡାକ୍ତର, ଏନ୍ଏବିଏଚ୍ ସ୍ୱୀକୃତିପ୍ରାପ୍ତ ଲାବୋରେଟୋରୀ ସହାୟତାରେ ଥିବା ଷ୍ଟେଟ୍ ଅଫ୍ ଆର୍ଟ ଡାଏଗ୍ନୋଷ୍ଟିକ୍ ଓ ଡାଏଲିସିସ୍ ୟୁନିଟ ଜରିଆରେ ଓଡ଼ିଶାର ଜନସାଧାରଣ ଏବଂ ଆନ୍ତର୍ଜାତିକ ରୋଗୀଙ୍କୁ ଉଚ୍ଚ ମାନର ତୃତୀୟକ (ଟର୍ସିଆରି) ସେବା ପ୍ରଦାନ କରାଯାଉଛି । ଆମ୍ରିର କିଡନୀ ପ୍ରତିରୋପଣ ଟିମ୍ ବର୍ତ୍ତମାନ ସୁଦ୍ଧା ୧୨୫ ପ୍ରତିରୋପଣ କରିସାରିଥିବା ବେଳେ ଏହି କାର୍ଯ୍ୟ ଜାରି ରହିଛି । ଓଡ଼ିଶା ସରକାରଙ୍କ ଡିଏମ୍ଇଟି ତରଫରୁ ଆବଶ୍ୟକ ଅନୁମୋଦନ ମିଳିବା ପରେ ୨୦୧୪ରୁ ପ୍ରତିରୋପଣ ସର୍ଜନ ଡ. ସୁବୋଧ ଦାସ ଓ ନେଫ୍ରୋଲୋଜିଷ୍ଟ ଡ. ସୁକାନ୍ତ କିଶୋର ଦାସଙ୍କ ଦ୍ୱାରା ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱରରେ କିଡନୀ ପ୍ରତିରୋପଣ ସୁବିଧା ଆରମ୍ଭ ହୋଇଥିଲା । ଟିମ୍ର ଢାଞ୍ଚା ଏବଂ କ୍ଲିନିକାଲ ଫଳାଫଳମାନକୁ ବଢ଼ାଇବା ଲାଗି ଡ. ମାନସ ରଞ୍ଜନ ପ୍ରଧାନ, ସିନିୟର କନ୍ସଲଟାଣ୍ଟ, ୟୁରୋଲୋଜି ଓ ରେନାଲ ଟ୍ରାନ୍ସପ୍ଲାଣ୍ଟ ଓ ଡ.ସାଇ ପ୍ରସାଦ ସାହୁ, କନ୍ସଲଟାଣ୍ଟ, ନେଫ୍ରୋଲୋଜି, ଆମ୍ରି ହସ୍ପିଟାଲସ୍ର ଇନ୍ଷ୍ଟିଚୁ୍ୟଟ୍ ଅଫ ରେନାଲ ସାଇନ୍ସସେସ୍ରେ ଯୋଗ ଦେଇଛନ୍ତି । ଯେଉଁ ରୋଗୀମାନେ ପରିବାର ମଧ୍ୟରେ ଡୋନର (ଦାତା) ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେହି ପରିସ୍ଥିତିରେ ଅନେକ ଥର ହସ୍ପିଟାଲ ତରଫରୁ ସଫଳତାର ସହ ‘ସ୍ୱାପ ଟ୍ରାନ୍ସପ୍ଲାଣ୍ଟ’ କରାଯାଇଛି । ଅଞ୍ଚଳର କିଛି ହାତ ଗଣତି କେନ୍ଦ୍ର ମଧ୍ୟରୁ ଅନ୍ୟତମ ଯେଉଁମାନେ ସରକାରଙ୍କ ନୀତି ନିୟମ ଓ ନିୟାମକ ବ୍ୟବସ୍ଥାକୁ ସବୁବେଳେ ଅନୁସରଣ କରିଆସିଛୁ ବୋଲି ଡ. ଅନୁଜ ତିୱାରୀ, ଭାଇସ୍ ପ୍ରେସିଡେଣ୍ଟ ଆନ୍ଦ ୟୁନିଟ ହେଡ, ଆମ୍ରି ହସ୍ପିଟାଲସ ଭୁବନେଶ୍ୱର କହିଥିଲେ । ଆମ୍ରି ହସ୍ପିଟାଲସ୍ ହେଉଛି ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ ପ୍ରତିରୋପଣ କେନ୍ଦ୍ର ବୋଲି ଡକ୍ଟର ସୁବୋଧ ଦାସ, ନିଦେ୍ର୍ଦଶକ, ପ୍ରତିରୋପଣ ଓ ରେନାଲ ସାଇନ୍ସସେସ ଏବଂ ଡ. ସୁକାନ୍ତ କିଶୋର ଦାସ, ସିନିୟର କନ୍ସଲଟାଣ୍ଟ, ନେଫ୍ରୋଲୋଜି, ଆମ୍ରି ହସ୍ପିଟାଲସ, ଭୁବନେଶ୍ୱର କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*