ଆମ୍ବେଦକରଙ୍କ ଫଟୋ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ରଖାଯିବା ବାଧ୍ୟତାମୂଳକ ହେଉ : ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଭାରତୀୟ ସମ୍ବିଧାନ ପ୍ରତିଷ୍ଠାତା ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଶୁକ୍ରବାର ଭାଜପା ପକ୍ଷରୁ ସ୍ଥାନୀୟ ଏଜି ଛକ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହେଉଛନ୍ତି । ଆମ୍ବେଦକର କହିଥିଲେ କି, ଦେଶର ଭିନ୍ନ ଭିନ୍ନ ଜାତିର ଲୋକ ଲଢାଇ ସମାପ୍ତ ନକଲେ ଦେଶ କେବେ ଏକାଠି ହୋଇପାରିବ ନାହିଁ । ବାବା ସାହେବ ଛୁଆଁ ଅଛୁଅାଁ ଭାବକୁ ଘୋର ବିରୋଧ କରୁଥିଲେ । ଭାରତ ଶାସନ ବ୍ୟବସ୍ଥାର ସମ୍ବିଧାନ ଗୁରୁତ୍ୱ ବହନ କରୁଥିବା ବେଳେ ତାର ମୁଖ୍ୟ ପ୍ରଣେତା ଡଃ ଆମ୍ବେଦକରଙ୍କ ପ୍ରତି ଅଧିକରୁ ଅଧିକ ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ୍ । ଏହି ମର୍ମରେ ଆମ୍ବେଦକରଙ୍କର ଫଟୋ ଚିତ୍ର ସମସ୍ତ ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନ ପ୍ରଭୃତିରେ ରଖାଯିବାକୁ ବାଧ୍ୟତାମୂଳକ କରିବା ପାଇଁ ଭାଜପା ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ ଦାବି କରିଛନ୍ତି । ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଭାଜପା ଅନୁସୂଚିତ ଜାତିମୋର୍ଚ୍ଚାର ରାଜ୍ୟ ସଭାପତି ସୁଶାନ୍ତ ମଲ୍ଲିକ, ମନୋଜ ବେହେରା, କୁଞ୍ଜମୋହନ ସେଠୀ, ରାଘବ ମଲ୍ଲିକ, ମୋର୍ଚ୍ଚାର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ସେଠୀଙ୍କ ସମେତ ସବୁ କାର୍ଯ୍ୟକର୍ତା ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*