ଆମ୍ବୁଲାନ୍ସରୁ ତେଲ ସରିଗଲା, ରୋଗୀର ଜୀବନ ଗଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାକୁ ହୋଇଥିବା ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ଏବେ ବାଟବଣା । କେଉଁଠି ଆମ୍ବୁଲାନ୍ସର ଚକ ଫାଟୁଛି ତ କେଉଁଠି ଆମ୍ବୁଲାନ୍ସରୁ ତେଲ ସରି ଯାଉଛି । ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବଞ୍ଚôବା ପାଇଁ ଡାକ୍ତରଖାନା ଯାଉଥିବା ରୋଗୀ ଅକାଳରେ ପ୍ରାଣ ହରାଉଛନ୍ତି । ଏଭଳି ଏକ ଘଟଣା ସୋମବାର ଦେଖିବାକୁ ମିଳିଛି । ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀକୁ ଛାଡ଼ି ଚାଳକ ସହ ଅନ୍ୟ କର୍ମଚାରୀ ଫେରାର ହୋଇଗଲେ । ରୋଗୀକୁ ନେବାକୁ ଆସୁଥିବା ଅନ୍ୟ ଏକ ଆମ୍ବୁଲାନ୍ସ ୨ ଘଣ୍ଟା ବିଳମ୍ବରେ ପହଞ୍ଚôଲା । ମୁର୍ମୂଷୁ ରୋଗୀକୁ ଘର ନିକଟରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ମେଡିକାଲରେ ପହଞ୍ଚାଇବାରେ ଆମ୍ବୁଲାନ୍ସ ବିଫଳ ହୋଇଥିଲା । ଫଳରେ ରାସ୍ତାରେ ରୋଗୀର ମୃତୁ୍ୟ ଘଟିଥିଲା । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚô ପରିସ୍ଥିତିକୁ ଆୟତ୍ତ ନିୟନ୍ତ୍ରଣ କରିଥିଲା ।
ସୂଚନା ଅନୁଯାୟୀ, ମାହାଙ୍ଗା ଥାନା ଅନ୍ତର୍ଗତ କୁରଜଙ୍ଗା ଗ୍ରାମର ରାମଚନ୍ଦ୍ର ପତ୍ନୀ ସେବତୀ ପୃଷ୍ଟି (୫୫) ରୋଗରେ ଆକ୍ରାନ୍ତ ହୋଇଥିଲେ । ସେବତୀଙ୍କୁ ମେଡିକାଲ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ବିଳମ୍ବରେ ମଧ୍ୟାହ୍ନ ୧ ଘଟିକା ସମୟରେ ଓଡି୦୨ଇ୫୭୦୫ ନମ୍ବର ଆମ୍ବୁଲାନ୍ସ କୁରଜଙ୍ଗା ଗ୍ରାମ ନିକଟରେ ପହଞ୍ଚôଥିଲା । କିନ୍ତୁ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ଏହା ଜଣାପଡିବା ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଆମ୍ବୁଲାନ୍ସର ଚାଳକ ସହ ଅନ୍ୟ କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ସେବତୀଙ୍କ ପରିବାର ପକ୍ଷରୁ ପୁନର୍ବାର ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ଫୋନ କରିବାର ଦୀର୍ଘ ସମୟ ବ୍ୟବଧାନ ପରେ ଅର୍ଥାତ ଅପରାହ୍ନ ୩ ଘଟିକାରେ ଅନ୍ୟଏକ ଆମ୍ବୁଲାନ୍ସ ପହଞ୍ଚôଥିଲା । ଏହାପରେ ଦ୍ୱିତୀୟ ଆମ୍ବୁଲାନ୍ସ ରୋଗୀକୁ ନିଶ୍ଚନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ବିଳମ୍ବ ଯୋଗୁ ବାଟରେ ରୋଗୀକୁ ନେଇ ଯାଇଥିବା ଆମ୍ବୁଲାନ୍ସରେ ଗୁରୁତର ଥିବା ସେବତୀଙ୍କ ମୃତୁ୍ୟ ଘଟିଥିଲା । ଏହା ଜଣାପଡିବା ପରେ ରୋଗୀଙ୍କ ଗ୍ରାମରେ ଉତ୍ତେଜେନା ଦେଖାଦେଇଥିଲା । ଏହାକୁ ନେଇ ଗ୍ରାମରେ ପରିସ୍ଥିତି ଅଣାୟତ୍ତ ହୋଇ ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚô ଉତ୍ତେଜନା ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*