ଆତ୍ମ ସଂଯମ ଓ ସଚେତନତା ଦ୍ୱାରା ଏଡ୍ସ୍କୁ ରୋକାଯାଇପାରିବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସ୍ୱେଚ୍ଛାସେବୀ ସଂଗଠନ ନାରାୟଣ ସେବା ଫାଉନେ୍ଦସନ ପକ୍ଷରୁ ବିଶ୍ୱ ଏଡ୍ସ୍ ଦିବସ ସ୍ଥାନୀୟ ପଳାଶପଲ୍ଲୀସ୍ଥିତ ନିଖିଳ ଉକôଳ ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ଠାରେ ଏକ ଶୋଭାଯାତ୍ରା ସହ ଏଡ୍ସ୍ ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସମାଜସେବୀ ଶିବନାରାୟଣ ମିଶ୍ର, ମୁଖ୍ୟ ଅତିଥି, ସମ୍ପାଦିକା ତଥା ସମାଜସେବିକା ସମିତା ମହାରଣା, ମୁଖ୍ୟବକ୍ତା ଓ ମହିମା ସେବା ଫାଉନେ୍ଦସନର ପରିଚାଳନା ନିଦେ୍ର୍ଦଶକ ନାରାୟଣ ଖୁଂଟିଆ ସମ୍ମାନିତ ଅତିଥି ଭାବେ ସହଯୋଗର ହାତ ବଢ଼ାଇବା ସହିତ ଯୋଗଦେଇ ଏଡ୍ସ୍କୁ କିପରି ନିୟନ୍ତ୍ରିତ କରି ହେବ ସେହି ସମ୍ବନ୍ଧରେ ବ୍ୟାପକ ଆଲୋକପାତ କରିଥିଲେ ।
ଆତ୍ମ ନିୟନ୍ତ୍ରଣ, ସଂଯମ ଓ ସଚେତନତା ଦ୍ୱାରା ଏହାକୁ ରୋକାଯାଇପାରିବ ବୋଲି ଫାଉନେ୍ଦସନର କୋଷାଧ୍ୟକ୍ଷ ଅରବିନ୍ଦ ତି୍ରପାଠୀ ମତବ୍ୟକ୍ତ କରିଥିଲେ । ପ୍ରତିଷ୍ଠାତା ତଥା ଉପଦେଷ୍ଟା ସୀତାଂଶୁ ଶେଖର ମହାରଣାଙ୍କ ସଂଯୋଜନାରେ ଏକ ଶୋଭାଯାତ୍ରା ନିଖିଳ ଉକôଳ ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘର ଦିବ୍ୟାଙ୍ଗ ସଭ୍ୟସଭ୍ୟା, ବ୍ୟକ୍ତିବିଶେଷ, ସ୍ୱେଚ୍ଛାସେବୀମାନଙ୍କୁ ନେଇ ସ୍ଥାନୀୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ନିଟକସ୍ଥ ବସ୍ତିରେ ସମାପନ ହୋଇଥିଲା । ନାରାୟଣ ସେବା ଫାଉନେ୍ଦସନର ସଦସ୍ୟ ତଥା ଅନ୍ୟ ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କ ଦ୍ୱାରା ସଚେତନତା ସ୍ଲୋଗାନ, ପ୍ଲା କାର୍ଡ ଓ ପୁସ୍ତିକା ମାଧ୍ୟମରେ ଏହି ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*