ଆଜି ଉଜ୍ଜ୍ୱଳା ଦିଦି ସମାବେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ସ୍ୱଚ୍ଛ ଇନ୍ଧନର ଗ୍ରହଣୀୟତା ଓ ଏହାର ବ୍ୟବହାର ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଉଜ୍ଜ୍ୱଳା ଦିଦିମାନେ ନିୟମିତ ଉଦ୍ୟମ କରୁଛନ୍ତି । ରାଜ୍ୟରେ ଥିବା ପାଖାପାଖି ୧୦ ହଜାରରୁ ଅଧିକ ଉଜ୍ଜ୍ୱଳା ଦିଦିଙ୍କୁ ଅଧିକ ସଚେତନ କରାଇବା ନିମନ୍ତେ ଆସନ୍ତାକାଲି ପୂର୍ବତଟ ରେଳପଥର ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଉଜ୍ଜ୍ୱଳା ଦିଦି ସମାବେଶର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ବୋଲି କହିଛନ୍ତି ଭାରତୀୟ ତୈଳ ନିଗମର ସିଜିଏମ ଶୁଭଜିିତ୍‌ ଘୋଷ ।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଉଜ୍ଜ୍ୱଳା ଯୋଜନା କାରଣରୁ ରାଜ୍ୟରେ ଏଲପିଜି ଗ୍ରାହକଙ୍କ ସଂଖ୍ୟାରେ ବଡ଼ ବୃଦ୍ଧି ଘଟିଛି । ତେଣୁ ମହିଳାମାନଙ୍କୁ ଗ୍ୟାସ ରିଫିଲ୍‌, ଏଲପିଜି ସୁରକ୍ଷା, ଅଭିଯୋଗର ସମାଧାନ ଦିଗରେ ଉଜ୍ଜ୍ୱଳା ଦିଦିମାନେ ବଡ଼ ଭୂମିକା ତୁଲାଉଛନ୍ତି । ଏହିକ୍ରମରେ ଉଜ୍ଜ୍ୱଳା ଦିଦିଙ୍କୁ ଅଧିକ ସଚେତନ କରାଇବା ଏବଂ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ସ୍ୱଚ୍ଛ ଇନ୍ଧନ ବ୍ୟବହାରକାରୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଉଜ୍ଜ୍ୱଳା ଦିଦିମାନେ ଏକ ପ୍ରକାର ଶିକ୍ଷକ ଭାବେ କାର୍ଯ୍ୟ କରି ମହିଳାମାନଙ୍କୁ ଏଲପିଜି ବ୍ୟବହାର ସମ୍ପର୍କରେ ଅଧିକ ସଚେତନ କରାଇବେ । ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦିଦିମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅଧିକ ପରାମର୍ଶ ଦେବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*