ଆଇସିଡିଏସ ବ୍ୟବସ୍ଥା ଉଚ୍ଛେଦ ଉଦ୍ୟମକୁ ବିରୋଧ ଅଙ୍ଗନୱାଡ଼ି କର୍ମୀ ସଂଘର ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ଆଗାମୀ ଦିନରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରି ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôଥିଲା । ସେଠାରେ ଆୟୋଜିତ ବିକ୍ଷୋଭ ସମାବେଶରେ ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ ଅଧ୍ୟକ୍ଷତା କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଏବଂ ଆଇସିଡିଏସକୁ ନେଇ ସରକାରଙ୍କ ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ରାଜ୍ୟ ସଭାପତି ବିଜୟ ଜେନା ଓ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଶ୍ରମିକ ନେତା ଜୟନ୍ତ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଗର୍ଭବତୀ ମା’ ଓ ଶିଶୁର ପୁଷ୍ଟୀକରଣଠାରୁ ପ୍ରିସ୍କୁଲର ପିଲାଙ୍କ ଯତ୍ନ ନେଉଥିବା ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ସଂଗଠନର ଜିଲ୍ଲା ସମ୍ପାଦିକା ଲକ୍ଷ୍ମିପ୍ରିୟା ଦାସଙ୍କ ସମେତ ସୁଷମା ପାତ୍ର, ଶାନ୍ତିପ୍ରିୟା ଜେନା, ପୂର୍ଣ୍ଣିମା ଦେ ପ୍ରମୁଖ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଇ କର୍ମୀ ଓ ସହାୟିକାଙ୍କ ପ୍ରତି ସରକାରୀ ଉଦାସୀନତାର କଡ଼ା ସମାଲୋଚନା କରିଥିଲେ । ଏହି ଅବସରରେ ୨୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*