ଅହିଂସା ରଥକୁ ସମ୍ବର୍ଦ୍ଧନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସାନଖେମୁଣ୍ଡି

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ରାଷ୍ଟ୍ରୀୟ ସ୍ତରରେ ମହାସମାରୋହରେ ପାଳିତ ହୋଇ ବହୁ ଲୋକାଭିମୁଖି ଯୋଜନାର ଆରମ୍ଭ କରାଯିବାକୁ ସ୍ଥିର ହୋଇଥିବା ବେଳେ ରାଜ୍ୟ ବିଜଦ ଗାନ୍ଧୀଜୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯିବା ନେଇ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହି ଅବସରରେ ସାନଖେମୁନ୍ଦି ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ଆୟୋଜନ କ୍ରମରେ ପାଟପୁର ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଠାରେ ପରିକ୍ରମଣ କରୁଥିବା ଅହିଂସା ରଥକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୂର୍ବତନ ସାନଖେମୁନ୍ଦି ବିଧାୟିକା ନଳିନୀ ଦେବୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦଯାତ୍ରୀ ଦଳଙ୍କୁ ସମ୍ମାନିତ କରାଯିବା ସହିତ ପରିକ୍ରମଣ କରୁଥିବା ମହାତ୍ମା ଗାନ୍ଧୀ ରୂପଧାରାକୁ ପ୍ରତିମୂର୍ତ୍ତି ସମ୍ମୁଖରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପାଟପୁର ସ୍ଥିତ ବନେଶ୍ୱରୀ ଛକଠାରେ ଏକ ପଥପ୍ରାନ୍ତ ସଭାରେ ବିଧାୟକ,ଉପାଧ୍ୟକ୍ଷ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*