ଅସହାୟ ୬ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ୍‌ ସରସରାବଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସରଗିଡ଼ିହି ଗ୍ରାମର ୬ ଅସହାୟା ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛି କିସ୍‌ ଫାଉନେ୍ଦସନ୍‌ । ୫ବର୍ଷ ତଳେ ଗ୍ରାମର ମନବୋଧ କିଷାନଙ୍କ ମୃତୁ୍ୟ ଘଟିବାରୁ ତାଙ୍କର ୬ ଝିଅ ପିତୃହରା ହୋଇପଡ଼ିଥିଲେ । ବିଧବା ମାଆ ଏହି ଝିଅମାନଙ୍କୁ ବହୁ କଷ୍ଟରେ ଲାଳନ ପାଳନ କରୁଥିଲେ । ମାତ୍ର ଗତ ୩ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିବାରୁ ଏହି ପିଲାମାନଙ୍କ ମୁହଁରେ ଦାନା ଦେବାକୁ ସେ ସଂପୂର୍ଣ୍ଣ ଅକ୍ଷମ ହୋଇପଡ଼ିଛନ୍ତି । ଘରର ପକ୍ଷାଘାତ ରୋଗୀ ମାଆଙ୍କ ସମେତ ଅନ୍ୟ ପାଞ୍ଚ ଭଉଣୀଙ୍କୁ ବଞ୍ଚାଇବା ପାଇଁ ବଡ଼ ଭଉଣୀ ଶୁକମଣୀ ଶେଷରେ ମୂଲ ଲାଗିବାକୁ ବାଧ୍ୟ ହୋଇଥିଲେ । ଗଣମାଧ୍ୟମରୁ ଏହି ଖବର ଜାଣିବା ପରେ କିସ୍‌ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସେମାନଙ୍କୁ ଡକାଇଥିଲେ । ରବିବାର କିସ୍‌ ପ୍ରତିନିଧିଙ୍କ ସହଯୋଗରେ ସ୍ୱର୍ଗତ ମନବୋଧଙ୍କ ଝିଅମାନେ କିସ୍‌ରେ ପହଞ୍ଚିବା ପରେ ଶ୍ରୀ ସାମନ୍ତ ସେମାନଙ୍କ ସଂପର୍କରେ ପଚାରି ବୁଝିଥିଲେ । ସେମାନଙ୍କ ପରିବାରର କିଭଳି ଥଇଥାନ ହୋଇପାରିବ ସେ ନେଇ ଶ୍ରୀ ସାମନ୍ତ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗାଁଆରେ ଦୁଃଖ କଷ୍ଟ ଓ ଅଭାବ ଅନଟନରେ ରହି ପାଠ ପଢ଼ି ପାରୁ ନ ଥିବା ୪ଝିଅଙ୍କୁ କିସ୍‌ରେ ନାମ ଲେଖାଇ ସେମାନଙ୍କ ଶିକ୍ଷା ଦାୟିତ୍ୱ କିସ୍‌ ନେବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ସୁମିତା ୮ମ, ଫୁଲତୁଳୀ ୭ମ, ବେବୀ ୪ର୍ଥ ଏବଂ ଦେବିନୀ ଦ୍ୱିତୀୟ ଶ୍ରେଣୀରେ କିସ୍‌ରେ ପାଠ ପଢ଼ିବେ । ବଡ଼ ଝିଅ ମ୍ୟାଟି୍ରକ୍‌ ପାସ୍‌ କରିଥିଲେ ମଧ୍ୟ ସାବାଳିକା ହୋଇନଥିବାରୁ ତାଙ୍କୁ ନିଯୁକ୍ତି ଦେବା ସମ୍ଭବ ହୋଇନଥିବାରୁ ତାଙ୍କ ପରିବାରକୁ କିସ୍‌ ଫାଉନେ୍ଦସନ୍‌ ପକ୍ଷରୁ ମାସିକ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି । କିସ୍‌ରେ ଉପଯୁକ୍ତ ଶିକ୍ଷା ପାଇଲେ ଝିଅମାନଙ୍କ ଭବିଷ୍ୟତ ଅନ୍ତତଃ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ସାମନ୍ତ କହିବା ସହ ସେମାନଙ୍କ ଘର ତିଆରି ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ସହାୟତା ଆବଶ୍ୟକ ହେଲେ ତୁରନ୍ତ ତାହା କିସ୍‌ ଫାଉନେ୍ଦସନ୍‌ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*