ଅଲୌକିକ ଶକ୍ତି ଥିବା ରାଣୀ ନିୟନ୍ତ୍ରଣ କରନ୍ତି ବର୍ଷାକୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ହିନ୍ଦୁ ଧର୍ମରେ ଭଗବାନ ଇନ୍ଦ୍ରଙ୍କୁ ବର୍ଷାର ଦେବତା କୁହାଯାଏ । ହେଲେ ଦକ୍ଷିଣ ଆଫି୍ରକାର ଲିମ୍‌ପୋପୋ ପ୍ରାନ୍ତରରେ ରହୁଥିବା ଆଦିବାସୀ ସମୁଦାୟର ରାଣୀଙ୍କ ନିକଟରେ ବର୍ଷାକୁ ନିୟନ୍ତ୍ରଣ କରିବାର ଶକ୍ତି ଥିବା କୁହାଯାଏ ।
ଲିମ୍‌ପୋପୋ ଆଫି୍ରକାର ଏକମାତ୍ର ଅଞ୍ଚଳ ଯେଉଁଠାରେ ରାଣୀମାନେ ଶାସନ କରିଥାନ୍ତି । ମସଲାନାବୋ ମୋଦ୍‌ଜାଦଜି ୨୦୨୩ରେ ଏହି ପ୍ରାନ୍ତରର ରାଣୀ ବନିବାକୁ ଯାଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ରାଣୀଙ୍କ ନିକଟରେ ଅଲୌକିକ ଶକ୍ତି ଅଛି । ଯାହା ମାଧ୍ୟମରେ ସେ ବର୍ଷାକୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଛନ୍ତି । ବର୍ତ୍ତମାନ ମୋଦ୍‌ଜାଦଜିଙ୍କ ବୟସ ୧୬ବର୍ଷ ରହିଛି । ତାଙ୍କୁ ୨୦୨୩ରେ ରାଣୀ ଭାବେ ମନୋନୀତ କରାଯିବ । ତାଙ୍କ ବୟସ ବର୍ତ୍ତମାନ କମ୍‌ ଥିବାରୁ ଅଞ୍ଚଳର ଶାସନଭାର ଔପଚାରିକ ଭାବେ ତାଙ୍କ ଭାଇ ସମ୍ଭାଳୁଛନ୍ତି । କୁହାଯାଏ ଯେ, ୪୦୦ବର୍ଷ ତଳୁ ଏଠାକାର ଆଦିବାସୀମାନେ ଜିମ୍ବାୱେରୁ ଆସିଥିଲେ । ପ୍ରଥମେ ଏଠାରେ ପୁରୁଷମାନେ ଶାସନ କରୁଥିଲେ । ମାତ୍ର କ୍ଷମତା ଲୋଭରେ ସେମାନଙ୍କ ମଧ୍ୟରେ ପ୍ରବଳ ଗନ୍ଦଗୋଳ ହୋଇଥିଲା, ରକ୍ତପାତ ହୋଇଥିଲା । ଜଣେ ରାଜାଙ୍କର ଝିଅ ଅଞ୍ଚଳର ଶାସନଭାର ନେବା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ସେବେଠାରୁ ରାଣୀମାନଙ୍କ ହାତରେ ଏହି ଅଞ୍ଚଳର ଶାସନଭାର ରହିଆସୁଛି । ଏବେ କୁହାଯାଉଛି ଯେ, ନୂଆ ରାଣୀ ହେବାକୁ ଯାଉଥିବା ମୋଦ୍‌ଜାଦଜି ମଧ୍ୟ ଅଲୌକିକ ଶକ୍ତି ହାସଲ କରିଛନ୍ତି । ସେ କେବେ ବର୍ଷା ହେବ, କେତେ ପରିମାଣର ବର୍ଷା ହେବ ତାର ସଠିକ୍‌ ଆକଳନ କରିପାରୁଛନ୍ତି । ଏହି ରାଣୀଙ୍କ ଅଧୀନରେ ଆଖପାଖର ୧୦୦ଗ୍ରାମର ନିୟନ୍ତ୍ରଣ ରହିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*