ଅଯୋଧ୍ୟା ରାୟ ପରେ ଓଡ଼ିଶାରେ ବଢିଲା ସୁରକ୍ଷା ବ୍ୟବସ୍ଥା ସୋସିଆଲ ମିଡ଼ିଆ ଉପରେ ରହିବ କଡା ନଜର : ଡିଜିିପି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର/କଟକ

ବହୁ ପ୍ରତିକ୍ଷୀତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି । ରାୟ ପ୍ରକାଶ ପାଇବା ପରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ସାରାଦେଶରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ବେଦନଶୀଳ ଜିଲ୍ଲାରେ ଅଧିକ ଫୋର୍ସ ମୁତୟନ କରାଯାଇଥିବା ବେଳେ ପାଟ୍ରୋଲିଂକୁ କଡାକଡା କରାଯାଉଛି । ବିଶେଷ କରି ସୋସିଆଲ ମିଡ଼ିଆରେ ଉପରେ ପୁଲିସ କଡା ନଜର ରଖିଛି ବୋଲି ପୁଲିସ ଡିଜି ବିଜୟ କୁମାର ଶର୍ମା କହିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଶ୍ରୀ ଶର୍ମା କହିଛନ୍ତି, ଅଯୋଧ୍ୟା ମାମଲାର ରାୟ ଆସିବା ପରେ ରାଜ୍ୟରେ ଶାନ୍ତିଶୃଙ୍ଖଳା ଓ ସଦଭାବନା ବଜାଇ ରଖିବାକୁ ପୁଲିସ ପ୍ରସ୍ତୁତ ଅଛି । ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା କରାଯାଇ ଶାନ୍ତି ବଜାଇ ରଖିବାକୁ ଉଦ୍ୟମ କରାଯାଉଛି । ରାଜ୍ୟର ସମ୍ବେଦନଶୀଳ ଜିଲ୍ଲାଗୁଡିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ପାଟ୍ରୋଲିଂକୁ କଡାକଡି ଯାଇଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକରେ ପୁଲିସ ପଇଁନ୍ତରା ମାରୁଛି । ଏଥିସହିତ ସମସ୍ତ ଜିଲ୍ଲା ଏସପି ଓ ଡିସିପିଙ୍କୁ ସତର୍କ ରହିବା ସହ ଘଟଣା ଉପରେ ନଜର ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅପ୍ରିତିକର ଘଟଣାର ସାମାନ୍ୟ ସୁରାକ ମିଳିଲେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚି ମାମଲାର ଅନୁଧ୍ୟାନ କରିବା ସହ ଦଙ୍ଗା ସୃଷ୍ଟିକାରୀଙ୍କୁ ହେପାଜତକୁ ନେବାକୁ କୁହାଯାଇଛି ।
ସେହିପରି ସୋସିଆଲ ମିଡ଼ିଆ ଉପରେ ପୁଲିସ କଡା ନଜର ରଖିଛି । ସୋସିଆଲ ମିଡ଼ିଆ ଫେସବୁକ, ଟ୍ୱିଟର ଓ ହ୍ୱାଟ୍ସଆପରେ କୌଣସି ବିବାଦୀୟ ପୋଷ୍ଟ ଉପରେ ନଜର ଦିଆଯାଉଛି । ଯଦି କେହି ଉତ୍ତେଜକ ବା ଦଙ୍ଗାସୃଷ୍ଟି ଭଳି ବିବାଦୀୟ ପୋଷ୍ଟ କରନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ କିଛି ବିବାଦୀୟ ପୋଷ୍ଟ ନକରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ସେହିଭଳି କେତେକ ଜିଲ୍ଲାରେ ପୁଲିସ ପକ୍ଷରୁ ବିଭିନ୍ନ ଧର୍ମର ବ୍ୟକ୍ତିବିଶେଷଙ୍କୁ ନେଇ ଶାନ୍ତିକମିଟି ଗଠନ କରାଯାଇଛି । ଯଦି କୌଣସି ଅପ୍ରିତିକର ପରିସ୍ଥିତି ଦେଖାଦିଏ, ତେବେ ଏହି ଶାନ୍ତି କମିଟି ତାହାର ସମାଧାନ କରିବ ବୋଲି ଡିଜିପି ସୂଚନା ଦେଇଛନ୍ତି । ସେହିଭଳି ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଦୁଇ ଡିସିପିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସହରର ଶାନ୍ତି ବଜାଇ ରଖିବାକୁ ପ୍ରୟାସ ଚାଲିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*