ଅଭୟଙ୍କ ଫାର୍ମହାଉସ ଉପରେ ଇଡି ଚଢାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଚନ୍ଦୀଗଡ଼

ଇନ୍ଦିଆନ୍‌ ନ୍ୟାସନାଲ ଲୋକ ଦଳ (ଆଇଏନ୍‌ଏଲଡି) ନେତା ଅଭୟ ଚୌଟାଲା ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଏବେ ବଡ଼ ଅଡ଼ୁଆରେ । ଅଭୟଙ୍କ ସିର୍ସା ସ୍ଥିତ ତେଜାଖେଡ଼ା ଫାର୍ମହାଉସ ଉପରେ ଚଢାଉ କରିଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) । ସିଆରପିଏଫ୍‌ ସହ ଇଡି ଟିମ୍‌ ସକାଳ ୧୦ଟା ବେଳେ ଏହି ଫାର୍ମହାଉସରେ ପହଞ୍ଚôଥିଲେ ।
ଅଭୟ ଚୌଟାଲା ହରିଆନାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଚାଚା ଅଟନ୍ତି । ତେବେ ପାରିବାରିକ ଓ ଦଳଗତ ବିବାଦ କାରଣରୁ ଏ ଦୁହେଁ ଅଲଗା । ପରିବାରରୁ ବାହାରି ଦୁଷ୍ୟନ୍ତ ନିଜର ଦଳ ଜନନାୟକ ଜନତା ପାର୍ଟି ଆରମ୍ଭ କରିଥିଲେ । ଏବେ ଏହି ଦଳ ଭାଜପା ସହ ମିଶି ରାଜ୍ୟରେ ସରକାର ଚଳାଉଛି । ଅନ୍ୟପଟେ ଆଇଏନ୍‌ଏଲଡିର ନେତୃତ୍ୱ ଓମପ୍ରକାଶ ଚୌଟାଲାଙ୍କ ହାତରେ ଥିଲା ବେଳେ ଅଭୟ ତାଙ୍କ ସହ ଅଛନ୍ତି । ସୂଚନାଯୋଗ୍ୟ ଯେ ଅଭୟଙ୍କ ବିରୋଧରେ ଏହି ମାମଲା ଗତ ୧୩ ବର୍ଷ ଧରି ଚାଲିଛି । ଗତ ମେ’ ମାସରେ ଇଡି ଚୌଟାଲା ପରିବାରର ସମ୍ପତ୍ତି ଯାଞ୍ଚ ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ପୁଅ ଅଭୟ ଏବଂ ଅଜୟଙ୍କ ସମ୍ପତ୍ତିର ବିବରଣୀ ମାଗିଥିଲା । କଂଗ୍ରେସ ନେତା ସମ୍‌ଶେର ସିଂହ ସୁରଜେୱାଲାଙ୍କ ଅଭିଯୋଗକ୍ରମେ ଓମପ୍ରକାଶ ଏବଂ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବାର ମାମଲା ଦାଏର ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*