ଅନୁପସ୍ଥିତ ରହିଲେ କଂଗ୍ରେସ ବିଧାୟକ ବହୁମତ ସାବ୍ୟସ୍ତ କଲେ ଶିବରାଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଭୋପାଳ

ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ସଂକଟ ଏବେ ଏକପ୍ରକାର ଶେଷ ହୋଇଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ ଶିବରାଜ ସିଂ ଚୌହ୍ୱାନଙ୍କ ଭାଜପା ସରକାର ବିଧାନସଭାରେ ବହୁମତ ହାସଲ କରିଛି । ଶିବରାଜ ସରକାରଙ୍କ ବହୁମତ ପରୀକ୍ଷଣ ସମୟରେ ଜଣେ ବି କଂଗ୍ରେସର ବିଧାୟକ ସଦନରେ ଉପସ୍ଥିତ ନଥିଲେ । ଅନ୍ୟପଟେ ଶିବରାଜଙ୍କ ପକ୍ଷରୁ ବହୁମତ ପରୀକ୍ଷଣର ପ୍ରସ୍ତାବ ଉପସ୍ଥାପିତ କରିବା ପୂର୍ବରୁ ବାଚସ୍ପତି ଏନ୍‌ପି ପ୍ରଜାପତି ନିଜ ପଦରୁ ଇସ୍ତଫା ଦେଇଥିଲେ ।
ଶିବରାଜ ସିଂ ମଙ୍ଗଳବାର ସକାଳେ ବହୁମତ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ଏହି ପ୍ରସ୍ତାବକୁ ଭାଜପା ବିଧାୟକଙ୍କ ସହ ବସପା, ସପା ଏବଂ ସ୍ୱାଧୀନ ବିଧାୟକମାନେ ସମର୍ଥନ କରି ଭୋଟିଂ କରିଥିଲେ । ଶିବରାଜ ମୁଖ୍ୟମନ୍ତ୍ରୀ ବନିବା ପରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଥିରୁ ଅନ୍ୟତମ ହେଉଛି ଜବଲପୁର ଏବଂ ଭୋପାଳରେ କର୍ଫୁ୍ୟ ଲଗାଇବା । ସୂଚନାଯୋଗ୍ୟ ଯେ, ବିଧାନସଭାରେ ଭାଜପା ନିକଟରେ ବର୍ତ୍ତମାନ ୧୦୭ ବିଧାୟକ ଅଛନ୍ତି । ଏଥିସହ ୨୨ ବିଧାୟକ ଇସ୍ତଫା ଦେବା ଏବଂ ଦୁଇଜଣଙ୍କର ମୃତୁ୍ୟ ହେବା କାରଣରୁ ବିଧାନସଭାରେ ମୋଟ୍‌ ୨୪ଟି ଆସନ ଖାଲି ଅଛି । ଏହି ଆସନରେ ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନ କରାଯିବ । ସ୍ୱାଧୀନ ବିଧାୟକଙ୍କ ସମର୍ଥନ ବିନା ବହୁମତ ପାଇଁ ଭାଜପାକୁ ଅତି କମ୍‌ରେ ୯ଟି ଆସନ ଜିତିବାକୁ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*