ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଧର୍ମଗଡ଼

ଗୁରୁବାର ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ପ୍ରାତଃ ଭ୍ରମଣ ବେଳେ ଅଜଣା ଗାଡି ଧକ୍କାରେ ଏକ ଦମ୍ପତ୍ତିଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଘଟଣାଟି କଳାହାନ୍ଦି ଜିଲ୍ଲା ସ୍ଥିତ ୨୬ ନଂ ଜାତୀୟ ରାଜପଥ ଠାରେ ଦୁର୍ଘଟଣା ଘଟିଛି । ମୃତକ ଦମ୍ପତ୍ତି ମହିଚଲା ଗାଁର ଚନ୍ଦ୍ର ଧର୍ୱଜ ବେମାଲ ଓ ତାଙ୍କର ପତ୍ନୀ କଳାବତୀ ବେମାଲ । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ଫଳରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଭବାନୀପାଟଣାରୁ ଜୟପୁର, ମଧ୍ୟରେ ଯାତାୟତ ଠପ ହୋଇଯିବାରୁ ଅଟକ ରହିଥିଲେ ଯାତ୍ରୀ । ଜୁନାଗଡ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଧକ୍କା ଦେଇଥିବା ଫେରାର ଗାଡିର ସୁରାକ ଖୋଜିବା ସହ ଆନେ୍ଦାଳନ ପ୍ରତ୍ୟାହୃତ କରିବାକୁ କହିଥିଲେ । କ୍ଷତି ପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ମାନେ ଅଟକ ରହିବା ପରେ ଭବାନୀପାଟଣା ସଦର ଏସଡିପିଓ ରମେଶ ଚନ୍ଦ୍ର ସେଠି ଓ ପୁଲିସ ଅଧିକାରୀ ପହଞ୍ଚି ଆନେ୍ଦାଳନରେ ବସିଥିବା ପରିବାରଙ୍କ ସହ କଥାବାର୍ତ୍ତା କରିଥିଲେ । ପୁଲିସ ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହ ରେଡକ୍ରସରୁ ୨୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୪ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ସକାଳ ୬ ଘଣ୍ଟାରୁ ରାସ୍ତା ଅବରୋଧ ଫଳରେ ସାଧାରଣ ଯାତ୍ରୀମାନେ ହଇରାଣ ହେବା ସହ ଶହ ଶହ ଗାଡି ମୋଟର ମଧ୍ୟ ଅଟକ ରହିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*