ରଙ୍ଗିନ ଆଲୋକରେ ଝଟକିଲା ସଂସଦ ଭବନ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନୂଆଦିଲ୍ଲୀ

ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଭବନ ଏବେ ବିଶେଷ ଆଲୋକ ବ୍ୟବସ୍ଥାରେ ଝଲମଲ ହୋଇଉଠିଛି । ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଏଲ୍‌ଇଡି ଆଲୋକମାଳା ବ୍ୟବସ୍ଥା ଉଦ୍‌ଘାଟନ କରିଛନ୍ତି । ରଙ୍ଗବେରଙ୍ଗ ଆଲୋକମାଳାରେ ସଂସଦ ଭବନର ଆକର୍ଷଣ ଖୁବ୍‌ ବଢ଼ିଯାଇଛି । ସ୍ୱତନ୍ତ୍ର ୮ଶହ ଏଲ୍‌ଇଡି ଲାଇଟ୍‌ ଲଗାଯାଇଛି ଭବନରେ । ଲୋକସଭା ସଚିବାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ ସଂସଦ ଭବନର ସାମ୍ନାପଟେ ୮୭୫ଟି ଏଲ୍‌ଇଡି ଲାଇଟ୍‌ ଯୋଜନାବଦ୍ଧ ଭାବରେ ସ୍ଥାପନ କରାଯାଇଛି । କିଛି ସେକେନ୍ଦ ଅନ୍ତରରେ ଏହି ଲାଇଟ୍‌ଗୁଡ଼ିକ ଭିନ୍ନଭିନ୍ନ ରଙ୍ଗ ବିଛୁରିତ କରିବେ । ଏହି ଏଲ୍‌ଇଡି ଲାଇଟ୍‌ଗୁଡ଼ିକ ସକାଶେ ଅଧିକ ବିଦୁ୍ୟତ୍‌ ଶକ୍ତିର ଆବଶ୍ୟକତା ପଡ଼ିବ ନାହିଁ । ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ମାତ୍ରକେ ଏହି ସୁନ୍ଦର ଆଲୋକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଯାଇଥିଲା । ରଙ୍ଗବେରଙ୍ଗର ଆଲୋକରେ ଝଟକୁଥିବା ସଂସଦ ଭବନକୁ ଦେଖିବା ସକାଶେ ବହୁ ସାଂସଦଙ୍କ ସହ ସାଧାରଣ ଲୋକେ ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଦୁଇବର୍ଷ ତଳେ ରାଇସିନା ହିଲ୍ସ ଏବଂ ସାଉଥ୍‌ ଓ ନର୍ଥ ବ୍ଲକ୍‌ରେ ଏପରି ଆଲୋକ ବ୍ୟବସ୍ଥା କରାଯାଇଥିଲା ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*