ଭାଇରାଲ ଭିଡିଓକୁ ସମସ୍ତେ କରୁଛନ୍ତି ପ୍ରଶଂସା,ଚପଲ ଓ ଚଉକିରେ ପିଟିପିଟି ଚୋରକୁ ଭଗାଇଲେ ବୃଦ୍ଧ ଦମ୍ପତ୍ତି

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ତିରୁନେଲଭେଲି
ତାମିଲନାଡୁର ତିରୁନେଲଭେଲିରେ ଏକ ବୟସ୍କ ଦମ୍ପତ୍ତିଙ୍କ ସାହସୀକତା ଏବେ ବଡ଼ ଚର୍ଚ୍ଚାରେ । ଚୋରି କରିବାକୁ ଆସିଥିବା ଦୁଇ ଚୋରଙ୍କୁ ସେମାନେ ଚପଲ ଓ ଚଉକିରେ ପିଟିପିଟି ଘରୁ ବିଦା କରିଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ବୃଦ୍ଧ ଦମ୍ପତ୍ତିଙ୍କ ଏହି ସାହସକୁ ସମସ୍ତେ କରୁଛନ୍ତି ବଡ଼ ପ୍ରଶଂସା ।
ସାଧାରଣତଃ ଘରେ ଚୋର ପଶିଲେ, ହାତରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଥିଲେ ଲୋକେ ଭୟ କରିଥାନ୍ତି । ହେଲେ ଏହି ଦମ୍ପତ୍ତି ଭୟଭୀତ ହୋଇନଥିଲେ । ଭିଡିଓରେ ଦେଖାଦେଇଥିବା ଦୃଶ୍ୟ ଅନୁସାରେ ଯେତେବେଳେ ଚୋର ଦ୍ୱୟ ବୃଦ୍ଧଙ୍କୁ ବାନ୍ଧିବାର ଚେଷ୍ଟା କରିଥିଲେ ସେତେବେଳେ ଅନ୍ୟ ଏକ ରୁମରୁ ମହିଳା ଜଣଙ୍କ ଆସି ଚୋର ମାନଙ୍କୁ ଚପଲ ମାଡ଼ କରିଥିଲେ । ଆଉ ପରେ ବୃଦ୍ଧ ଜଣଙ୍କ ପ୍ଳାଷ୍ଟିକ୍‌ ଚେୟାର ଧରି ଚୋରଙ୍କୁ ପିଟିବାକୁ ଲାଗିଥିଲେ । ବାଧ୍ୟରେ ଚୋରଦ୍ୱୟ ଘରୁ ପଳାଇଥିଲେ । ପୁଲିସ୍‌ ଏହି ସିସିଟିଭି ଫୁଟେଜ ଆଧାରରେ ଚୋରଙ୍କୁ ଚିହ୍ନଟ କରିଥିଲା ବେଳେ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*