ଦ୍ୱିପାକ୍ଷିକ ମତଭେଦ କେବେ ବିବାଦର କାରଣ ହୋଇପାରିବ ନାହିଁ: ଜୟଶଙ୍କର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ: ବେଜିଂ

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଏଠାରେ ତାଙ୍କର ଚୀନ ସମକକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଏହି ଅବସରରେ ୱାଙ୍ଗ ୟି ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଜୟଶଙ୍କର କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ କିଛି ପ୍ରସଙ୍ଗରେ ମତଭେଦ ଥିଲେ ହେଁ ଏହା କେବେ ବିବାଦର କାରଣ ହୋଇପାରିବ ନାହିଁ । ସାକ୍ଷାତବେଳେ ୱାଙ୍ଗ ୟି, ଚୀନ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଏବଂ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ପନ୍ନ ଉତ୍ତେଜନାସ୍ଥିତିକୁ ଗମ୍ଭୀରଭାବେ ନୀରିକ୍ଷଣ କରୁଛି ବୋଲି ପ୍ରକାଶ କରିବା ସହ ଆଞ୍ଚଳିକ ସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ଗଠନମୂଳକ ପଦକ୍ଷେପ ନେବାକୁ ନୂଆଦିଲ୍ଲୀକୁ ପରାମର୍ଶ ଦେଇଥିଲେ । ପରେ ଏହାର ଜବାବରେ ଜୟଶଙ୍କର ଉପରୋକ୍ତ ବୟାନ ଦେଇଥିଲେ । ପ୍ରକାଶ ଥାଉ କି, ସପ୍ତାହେ ତଳେ ଚୀନ ଜାମ୍ମୁ-କାଶ୍ମୀର ବିଭାଜନ ତଥା ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ନେଇ ଆପତ୍ତି ଉଠାଇଥିଲା । ଜୟଶଙ୍କରଙ୍କ ଏହି ୩ ଦିନିଆ ଚୀନ ଗସ୍ତ ସେତେବେଳେ ହୋଇଛି, ଯେତେବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁ୍ୟରେଶୀ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ସମର୍ଥନ ପାଇବା ପାଇଁ ଚୀନରେ ପହଞ୍ଚô ସେଠାରୁ ନିରାଶ ହୋଇ ଫେରିଛନ୍ତି । ଏହି ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଉପ-ରାଷ୍ଟ୍ରପତି ୱାଙ୍ଗ କ୍ୱିଶାନଙ୍କୁ ସାକ୍ଷାତ କରିଥିବାବେଳେ ୱାଙ୍ଗ ୟିଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ ।
ଏକ ମିଳିତ ବିବୃତିରେ ଜୟଶଙ୍କର କହିଥିଲେ ଯେ, ଗତ ବର୍ଷ ଅନୁଷ୍ଠିତ ଏକ ବୈଠକରେ ଆମେ ୧୦ ସୂତ୍ରୀ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲୁ । ଏବର୍ଷ ମଧ୍ୟ ଆମେ ଉକ୍ତ ପ୍ରସଙ୍ଗ ମାନଙ୍କରେ ଆଲୋଚନା କରିଛୁ । ଆମେ ଭିନ୍ନ ଭିନ୍ନ ଗତିବିଧି ମାଧ୍ୟମରେ ଏହାକୁ ପ୍ରୋତ୍ସାହିତ କରିବୁ । ଆଗାମୀ କିଛି ମାସ ମଧ୍ୟରେ ଆମେ ମୁ୍ୟଜିକ୍‌ ମ୍ୟାନେଜମେଣ୍ଟ, ଥିଙ୍କ୍‌ ଟ୍ୟାଙ୍କ୍‌ ଏବଂ ଶିକ୍ଷା ସମ୍ମିଳନୀ ଜରିଆରେ ସାଂସ୍କୃତିକ ଭାବ ବିନିମୟ ଉପରେ ଜୋର ଦେବୁ ବୋଲି ସେ କହିଥିଲେ । ଏହାଛଡା ବ୍ୟାପାର ବାଣିଜ୍ୟଗତ ସଂପର୍କକୁ ଅଧିକ ସୁଦୃଢ କରିବାକୁ ନୂଆ ନୂଆ ସୁଯୋଗର ସନ୍ଧାନ କରାଯିବ ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ । ଚିକିତ୍ସା କ୍ଷେତ୍ରରେ ପାରମ୍ପାରିକ ଔଷଧର ପ୍ରଚାରପ୍ରସାର ଏବଂ ଅନ୍ତର୍ଜାତୀୟ ଖେଳ ପାଇଁ ଖେଳାଳି ଅଦଳବଦଳ କାର୍ଯ୍ୟକ୍ରମ ସମେତ ୪ ଏମଓୟୁ ଚୀନ ସହ ସ୍ୱାକ୍ଷର ହୋଇଛି ବୋଲି ଜୟଶଙ୍କର ସୂଚନା ଦେଇଥିଲେ ।
ଗତ ବର୍ଷ ବୁହାନଠାରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଏବଂ ଜାତୀୟ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହେବା ସହ ଅନେକ ପ୍ରସଙ୍ଗରେ ସହମତି ବନିଥିଲା । ଏହି ସମ୍ମିଳନୀର ପ୍ରଭାବ ଏବେ ଆମର ଦ୍ୱିପାକ୍ଷିକ ସଂପର୍କରେ ଦେଖାଯାଉଛି ବୋଲି ଜୟଶଙ୍କର କହିଥିଲେ ।
ଦ୍ୱିତୀୟ ଥର ପାଇଁ ମୋଦୀ ସରକାର ଗଠନ ହେବା ପରେ ଚୀନକୁ ବୈଦେଶିକ ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ । ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ୍‌ ଚଳିତ ବର୍ଷ ଶେଷ ବେଳକୁ ଭାରତ ଗସ୍ତରେ ଆସିବେ । ଏହି ଅବସରରେ ଜାମ୍ମୁ-କାଶ୍ମୀର, ଲଦାଖ ଏବଂ ଧାରା -୩୭୦ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କୁହାଯାଉଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*