ଥାଇଲାଣ୍ଡ ମହିଳା କ୍ରିକେଟ ଦଳର ବିଶ୍ୱ ରେକର୍ଡ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ମହିଳା କି୍ରକେଟର ଦୁନିଆ ଭିତରେ ଥାଇଲାନ୍ଦ ଦଳ ବିଶେଷ ଗୁରୁତ୍ୱ ରଖେ ନାହିଁ । କାରଣ ବଡ଼ ଦଳମାନଙ୍କ ଭିତରେ ଏହାକୁ ଗ୍ରହଣ କରାଯାଇ ନାହିଁ । ହେଲେ ଥାଇଲାନ୍ଦ ମହିଳା କି୍ରକେଟ ଦଳ ଏବେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଟି-୨୦ ଫର୍ମାଟରେ ସେମାନେ ଲଗାତାର ୧୭ ମ୍ୟାଚ୍‌ ଜିତି ସାରିଲେଣି । ହଲାନ୍ଦରେ ଖେଳାଯାଉଥିବା ଏକ ୪ଦଳିଆ ଟୁର୍ଣ୍ଣାମେଣ୍ଟରେ ନିଜ ୫ମ ମ୍ୟାଚ୍‌ ଜିତି ଏହି ବିଶ୍ୱ ରେକର୍ଡ ସେମାନେ ସ୍ଥାପନ କରିଛନ୍ତି । ପୂର୍ବରୁ ୨୦୧୪ ମାର୍ଚ୍ଚରୁ ୨୦୧୫ ଅଗଷ୍ଟ ଭିତରେ ଅଷ୍ଟ୍ରେଲିଆର ମହିଳା ଦଳ ଟି-୨୦ରେ ଲଗାତାର ୧୬ଟି ମ୍ୟାଚ ଜିତି ଏହି ରେକର୍ଡ ସ୍ଥାପନ କରିଥିଲା । ତେବେ ସେହି ରେକର୍ଡକୁ ଥାଇଲାନ୍ଦର ଦଳ ଭଙ୍ଗ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*