ଜାମ୍ମୁ-କାଶ୍ମୀର: ପୁଣି ଭିଡ ଏକାଠି ହେବା ଉପରେ ଲାଗିଲା ପ୍ରତିବନ୍ଧକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ଶ୍ରୀନଗର

ପୁଣିଥରେ ଶ୍ରୀନଗରରେ ଭିଡ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଇଛି ସେନା । ଶନିବାର କାଶ୍ମୀରର କେତେକ ଅଞ୍ଚଳରେ କର୍ଫୁ୍ୟ କୋହଳ କରାଯିବା ପରେ ଉପତ୍ୟକାରେ ହିଂସା ସ୍ଥିତି ଉପୁଜିଥିଲା । ଯାହାକୁ ଦେଖି ସ୍ଥାନୀୟ ପ୍ରଶାସନ ରବିବାର ପୁଣିଥରେ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ ହୋଇଛି । ଲୋକଙ୍କୁ ଘରୁ ନବାହାରିବାକୁ ଏବଂ ଦୋକାନୀଙ୍କୁ ଦୋକାନ ବନ୍ଦ କରି ନିଜ ନିଜ ଘରକୁ ଫେରିଯିବାକୁ ପୁଲିସ୍‌ ମାଇକ୍‌ରେ ଘୋଷଣା କରୁଥିବା ଦେଖିବାକୁ ମିଳିଛି । ଶନିବାର ଶ୍ରୀନଗର ଏବଂ ବାରମୁଲ୍ଲାରେ ହାଲୁକା ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ପ୍ରଦର୍ଶନରେ ୨୦ ଜଣ ଭିତରେ ଲୋକେ ସାମିଲ ହୋଇଥିଲେ ବୋଲି ଗୃହମନ୍ତ୍ରଣାଳୟ ମୁଖପାତ୍ର ପ୍ରକାଶ କରିଛନ୍ତି । ଡିଜିପି ଦିଲବାଗ ସିଂହ ଉପତ୍ୟକାର କେତେକ ସ୍ଥାନର ପଥର ଫିଙ୍ଗା ଘଟଣା ଛଡା ଅନ୍ୟ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ଉକ୍ତ ପଥର ଫିଙ୍ଗା ଘଟଣାକୁ ମଧ୍ୟ ତୁରନ୍ତ ନିୟନ୍ତ୍ରଣ କରାଯାଇଥିଲା ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଆଦୌ ଭଲ ସ୍ଥିତି ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନ୍ତବ୍ୟ ଦେବା ପରେ ଡିଜିପି ଉପରୋକ୍ତ ସୂଚନା ଦେଇଛନ୍ତି । କାଶ୍ମୀରରେ ଏବେ ସ୍ଥିତି ସ୍ୱାଭାବିକ୍‌ ରହିଛି ବୋଲି ସେ ଟ୍ୱିଟ୍‌ କରି ଜଣାଇଛନ୍ତି । ଏହାଛଡା ଜାମ୍ମୁ-କାଶ୍ମୀର ପୁଲିସ୍‌ ଆଇଜି ଏସପି ପାଣି ମଧ୍ୟ ଏକ ଭିଡିଓ ମାଧ୍ୟମରେ ବୟାନ ଜାରି କରି ଉପତ୍ୟକାରେ ଗତ ୭ ଦିନ ଧରି ଏପରି କୌଣସି ଘଟଣା ଘଟିନି ବୋଲି କହିବା ସହ ଅନ୍ତର୍ଜାତୀୟ ମିଡିଆ ମଧ୍ୟ ଦାୟିତ୍ୱବାନ୍‌ ହୋଇ ଖବର ପ୍ରସାରଣ କରନ୍ତୁ ବୋଲି ସେ ଆହ୍ୱାନ୍‌ ଦେଇଥିଲେ । ଜାମ୍ମୁ-କାଶ୍ମୀରରେ ହିଂସା ସୃଷ୍ଟି ହୋଇଥିବା ନେଇ ଅନ୍ତର୍ଜାତୀୟ ମିଡିଆରେ ପ୍ରକାଶିତ ରିପୋର୍ଟକୁ ଭିତ୍ତିହୀନ ବୋଲି ଦର୍ଶାଇଥିଲେ ଶ୍ରୀ ପାଣି ।
ସୂଚନାଯୋଗ୍ୟ ଯେ, ଶନିବାର ଏକ ମିଡିଆ ରିପୋର୍ଟରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରତିବାଦରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା । ପାଖାପାଖି ୧୦ହଜାର ଲୋକ ଏହି ବିକ୍ଷୋଭରେ ସାମିଲ ହୋଇଥିବା କୁହାଯାଇଥିଲା । ବିକ୍ଷୋଭକାରୀ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ କରିଥିବା ଦେଖାଯାଇଥିଲା । ଗୃହମନ୍ତ୍ରଣାଳୟ କିନ୍ତୁ ଏହି ରିପୋର୍ଟକୁ ଖାରଜ କରିବା ସହ ତାହା ଏକ ଜାଲ୍‌ ରିପୋର୍ଟ ବୋଲି କହିଛି । ଜାମ୍ମୁ-କାଶ୍ମୀରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ କୌଣସି ସ୍ଥାନରୁ ଏପର୍ଯ୍ୟନ୍ତ ହିଂସା ଖବର ମିଳିନାହିଁ ବୋଲି ଗୃହ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।

ସମଝୌତା ଏକ୍ସପ୍ରେସ ବାତିଲ କଲା ଭାରତ

ଦିଲ୍ଲୀଠାରୁ ପାକିସ୍ତାନର ଅଟ୍ଟାରୀକୁ ଯାଉଥିବା ସମଝୌତା ଏକ୍ସପ୍ରେସକୁ ନରେନ୍ଦ୍ର ମୋଦୀ ସରକାର ରଦ୍ଦ କରିଛନ୍ତି । ଇସଲାମାବାଦ ପାକିସ୍ତାନ ପଟୁ ଆସୁଥିବା ସମଝୌତା ଏକ୍ସପ୍ରେସ ରଦ୍ଦ କରିବାର କିଛି ଦିନ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପରେ ବିଚଳିତ ହୋଇପଡି ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌ ସେବାକୁ ବାତିଲ କରିଦେଇଥିଲା । ଲାହୋର-ଅଟାରୀ ମଧ୍ୟରେ ଯାତାୟାତ କରୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ କରିବାର ନିଷ୍ପତ୍ତି ପରେ ଭାରତ ଦିଲ୍ଲୀ-ଅଟାରୀ ସମଝୌତା ଏକ୍ସପ୍ରେସକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଉତ୍ତରାଞ୍ଚଳ ରେଳବାଇର ସିପିଆରଓ ସୂଚନା ଦେଇଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*