କୋଟିଫ କପ୍‌ : ଭାରତୀୟ ଦଳକୁ ସ୍ପେଶାଲ ଟ୍ରଫି

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସ୍ପେନରେ ଅନୁଷ୍ଠିତ କୋଟିଫ କପ୍‌ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତର ସିନିୟର ଦଳ ତୃତୀୟ ସ୍ଥାନ ଦଖଲ କରିଛି । ତେବେ ସେମାନଙ୍କ ପ୍ରଦର୍ଶନ ଏତେ ପ୍ରଭାବିତ କରିଥିଲା ଯେ ପ୍ରତିଯୋଗିତାର ଆୟୋଜକଙ୍କ ପକ୍ଷରୁ ଏକ ବିଶେଷ ଟ୍ରଫି ଦଳକୁ ପ୍ରଦାନ ହୋଇଛି । ପ୍ରତିଯୋଗିତାର ଡାଇରେକ୍ଟର ଏଲିସେଉ ଗୋମେଜ ଭାରତୀୟ ଦଳକୁ ବିଶେଷ ଟ୍ରଫି ପ୍ରଦାନ କରିଥିଲେ । ଭାରତୀୟ ମହିଳା ଫୁଟବଲ ଦଳର ବିଗତ ବର୍ଷ ଗୁଡିକରେ ଯେଉଁ ଉନ୍ନତି ଘଟିଛି ତଥା ପୂରା ପ୍ରତିଯୋଗିତାରେ ସେମାନେ ଯେପରି ଲଢୁଆ ଖେଳ ଦେଖାଇଛନ୍ତି ତାହାକୁ ସଲାମ କରି ଆମେ ଏହି ବିଶେଷ ଟ୍ରଫି ପ୍ରଦାନ କରୁଛୁ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଭାରତ ଏହି ପ୍ରତିଯୋଗିତାରେ ୪ଟି ମ୍ୟାଚ୍‌ ଖେଳି ଦୁଇଟି ମ୍ୟାଚ୍‌ ଜିତିଥିଲା ବେଳେ ଦୁଇଟି ପରାଜିତ ହୋଇଥିଲା । ବିଶେଷ ଟ୍ରଫି ସହ ଭାରତୀୟ ଦଳକୁ ଫେୟାର ପ୍ଲେ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*