୭ମାସ ପରେ ପୁଅକୁ ଦେଖି ଭାବୁକ ହେଲେ ଫାରୁକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଶ୍ରୀନଗର

ଜାମ୍ମୁ-କାଶ୍ମୀର ସରକାରଙ୍କ ମଙ୍ଗଳବାରର ଏକ ବଡ଼ ନିଷ୍ପତ୍ତି କ୍ରମେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ମୁକ୍ତ କରାଯାଇଛିା ଧାରା-୩୭୦ ହଟାଯିବା ପରେ ଉମରଙ୍କୁ ନଜରବନ୍ଦ କରାଯାଇଥିଲା । ପରେ ତାଙ୍କ ଉପରେ ଲଗାଯାଇଥିଲା ପବ୍ଲିକ୍‌ ସିକୁ୍ୟରିଟି ଆର୍କ୍ଟ ଏବେ ଏହାକୁ ହଟାଯାଇଛି ।
ଉମରଙ୍କୁ ମୁକ୍ତ କରିବାର ନିଦେ୍ର୍ଦଶ ମଙ୍ଗଳବାର ଆସିଥିଲା । ଆବଶ୍ୟକୀୟ କାଗଜପତ୍ର କାର୍ଯ୍ୟ କରିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା । ଏହାପରେ ଉମର ନିଜ କାର୍‌ରେ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ସେ କହିଥିଲେ ଯେ, ରାଜ୍ୟ ଏବଂ ରାଜ୍ୟ ବାହାରେ ବନ୍ଦୀ ରଖାଯାଇଥିବା ସମସ୍ତକୁ ମୁକ୍ତ କରାଯାଉ । ଉମର କହିଥିଲେ ୨୩୨ ଦିନ ନଜରବନ୍ଦ ରହିବା ପରେ ଆଜି ମୁଁ ଶେଷରେ ହରି ନିବାସରୁ ବାହରକୁ ବାହାରିଛି । ମୋ ପାଇଁ ଆଜିର ଦୁନିଆ ଭିନ୍ନ ଲାଗୁଛି । ବହୁଦିନ ପରେ ମୁଁ ବାପା-ମାଆଙ୍କ ସହ ଏକାଠି ଖାଇଲି । ଏହି ମୁହୂର୍ତ୍ତକୁ ମୁଁ କଦାପି ଭୁଲି ପାରିବି ନାହିଁ । ବର୍ତ୍ତମାନର କଠିନ ପରିସ୍ଥିତିରେ ମେହେବୁବା ମୁଫତି ଏବଂ ଅନ୍ୟ ସମସ୍ତ ରାଜନୈତିକ ଓ ଅଣରାଜନୈତିକ ନେତାମାନଙ୍କୁ ମୁକ୍ତ କରିବା ଦରକାର । ଦଳର ଅଧ୍ୟକ୍ଷ ତଥା ଉମରଙ୍କ ବାପା ଫାରୁକ୍‌ ଅବଦୁଲ୍ଲା ପୁଅ ମୁକ୍ତି ହେବା ପରେ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ମୋତେ ଆଜି ଭାରି ଖୁସି ଲାଗୁଛି, ହେଲେ ମୁଁ ସେତେବେଳେ ସମ୍ପୂର୍ଣ୍ଣ ଭାବେ ଖୁସି ହେବି, ଯେତେବେଳେ ସମସ୍ତ ରାଜନୈତିକ ବନ୍ଦୀ ଓ ଅନ୍ୟମାନଙ୍କୁ ମୁକ୍ତ କରାଯିବ । ମୁଁ ସେହି ଲୋକମାନଙ୍କୁ, ରାଜନେତା, ସାଂସଦମାନଙ୍କ ନିକଟରେ ଆଭାରବ୍ୟକ୍ତ କରୁଛି ଯେଉଁମାନେ ମିଶି ଉମରଙ୍କ ମୁକ୍ତି ପାଇଁ ଦାବି କରୁଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*