୬ରାଜ୍ୟର ମନ୍ଦିର ଓ ୧୧ ରେଳଷ୍ଟେସନ ଉଡ଼ାଇବାକୁ ଧମକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ପକ୍ଷରୁ ଭାରତରେ ବଡ ଧରଣର ଆକ୍ରମଣ କରିବାର ଧମକ ମିଳିଛି । ଧମକପୂର୍ଣ୍ଣ ଚିଠି ରୋହତକ ଷ୍ଟେସନମାଷ୍ଟରଙ୍କ ଠିକଣାରେ ଆସିବା ପରେ ଏ ବାବଦ ଖବର ସାର୍ବଜନୀନ ହୋଇଛି । ସୁରକ୍ଷାବଳଙ୍କ ନିକଟକୁ ଏହି ଧମକପୂର୍ଣ୍ଣ ଚିଠି ପଠାଇ ଦିଆଯାଇଥିଲା ବେଳେ ଏବେ ଏହାର ସତ୍ୟତା ଉପରେ କରାଯାଉଛି ଖୋଳତାଡ । ବିସ୍ଫୋରଣ ଦ୍ୱାରା ବ୍ୟାପକ କ୍ଷୟକ୍ଷତି କରାଯିବ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି । ରୋହତକ ଜଙ୍କସନର ଷ୍ଟେସନ ନିଦେ୍ର୍ଦଶକ ଜଶପାଲ ମିନାଙ୍କ ପାଖକୁ ଡାକରେ ମିଳିଛି ଏହି ପତ୍ର । ଶନିବାର ଅପରାହ୍ନରେ ଏହି ଚିଠି ତାଙ୍କ ଅଫିସିଆଲ ଠିକଣାରେ ପ୍ରଦାନ କରାଯାଇଥିଲା । ଏ ବିଷୟ ରବିବାର ଜଣାପଡିବା ପରେ ସୁରକ୍ଷା ସ୍ଥିତି ବାବଦରେ କରାଯାଇଛି ସମୀକ୍ଷା । ମସୁଦ୍‌ ଅହମ୍ମଦ ନାମକ ଜଣେ ବ୍ୟକ୍ତି ନିଜକୁ ଜୈସର ଜାମ୍ମୁ ଓ କାଶ୍ମୀର ଏରିଆ କମାନ୍ଦର ଭାବରେ ଉଲ୍ଲେଖ କରି ଏହି ଚିଠି ଲେଖିଛି । ଏହି ଚିଠିରେ କୁହାଯାଇଛି ରୋହତକ ଜଙ୍କସନ୍‌, ରେବାଡି, ହିସାର, କୁରୁକ୍ଷେତ୍ର, ମୁମ୍ବାଇ ସିଟି, ବାଙ୍ଗାଲୋର, ଚେନ୍ନାଇ, ଜୟପୁର, ଭୋପାଳ, କୋଟା ଏବଂ ଇଟାର୍ଶୀ ରେଳ ଷ୍ଟେସନକୁ ଅକ୍ଟୋବର ୮ରେ ଉଡ଼ାଇ ଦିଆଯିବ । ସେହିପରି ଉତ୍ତରପ୍ରଦେଶ, ହରିଆନା, ରାଜସ୍ଥାନ, ଗୁଜୁରାଟ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶରେ ଥିବା ବହୁ ମନ୍ଦିରଗୁଡ଼ିକ ଉପରେ ମଧ୍ୟ ସେ ଦିନ ଆକ୍ରମଣ କରାଯିବ ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଚିଠିକୁ ଗମ୍ଭୀରତା ସହ କରାଯାଇ ଜିଆରପି ଏବଂ ଆରପିଏଫ୍‌ ପକ୍ଷରୁ ଉତ୍ତରଭାରତର ରେଳଷ୍ଟେସନ ଗୁଡ଼ିକ ଉପରେ ଅଧିକ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*