୫ ପଏଣ୍ଟର ଲିଡ୍‌ ସହ ଟପ୍‌କୁ ଫେରିଲେ ବିରାଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଦୁବାଇ

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟ୍ସମ୍ୟାନ୍‌ ଙ୍କ ତାଲିକାରେ ପୁଣି ଥରେ ଏକନମ୍ବର ସ୍ଥାନକୁ ଆସିଯାଇଛନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ ଯିଏ ବିରାଟଙ୍କୁ ଗାଦିଚୁ୍ୟତ କରିଥିଲେ ବିରାଟ ବାଂଲାଦେଶ ସିରିଜରେ ବଢିଆ ପ୍ରଦର୍ଶନ କରି ସେହି ସ୍ମିଥଙ୍କୁ ଏବେ କରିଛନ୍ତି ଗାଦିଚ୍ୟୁତ । କୋଲକାତାରେ ଅନୁଷ୍ଠିତ ଦିବାରାତ୍ର ଗୋଲାପି ବଲ୍‌ ଟେଷ୍ଟ ମ୍ୟାଚ୍‌ରେ ୧୩୬ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିବା କୋହଲି ୯୨୮ ପଏଣ୍ଟରେ ବର୍ତ୍ତମାନ ଅଛନ୍ତି । ହେଲେ ଆଡିଲେଡ୍‌ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ସ୍ମିଥ୍‌ କେବଳ ୩୬ ରନ୍‌ କରିବାରୁ ତାଙ୍କର ପଏଣ୍ଟ କମିଯାଇଛି । ଆଡିଲେଡ୍‌ ଟେଷ୍ଟ ଆରମ୍ଭ ବେଳକୁ ୯୩୧ ପଏଣ୍ଟରେ ଥିବା ସ୍ମିଥ୍‌ ବୁଧବାର ତାଲିକା ଘୋଷଣା ହେଲାବେଳେ ୯୨୩ ପଏଣ୍ଟକୁ ଚାଲିଆସିଛନ୍ତି । ଫଳରେ ୫ ପଏଣ୍ଟର ଅଗ୍ରଣୀ ନେଇ ବିରାଟ କୋହଲି ଏବେ ଏକନମ୍ବର ସ୍ଥାନରେ ନିଜକୁ ଅଧିଷ୍ଠିତ କରିଛନ୍ତି । ଭାରତର ଚେତେସ୍ୱର ପୂଜାରା ପୂର୍ବଭଳି ୪ ନମ୍ବର ସ୍ଥାନରେ ରହିଥିଲା ବେଳେ ରାହାଣେ ଗୋଟିଏ ପାଦ ତଳକୁ ଖସି ୬ଷ୍ଠ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ଓପନର ଡେଭିଡ୍‌ ୱର୍ଣ୍ଣର ଯିଏ ଆଡିଲେଡ୍‌ ମ୍ୟାଚ୍‌ରେ ୩୩୫ ରନ୍‌ର ବିଶାଳ ଅପରାଜିତ ଇନିଂସ ଖେଳିଥିଲେ ସେ ଏବେ ୧୨ପାଦ ଲମ୍ଫ ଦେଇ ୫ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟ୍ସମ୍ୟାନ୍‌ ତାଲିକାର ଟପ୍‌-୧୦ ଭିତରେ ପ୍ରଥମ କରି ପ୍ରବେଶ କରିଛନ୍ତି ଆଡିଲେଡ୍‌ ମ୍ୟାଚ୍‌ରେ ବଢିଆ ପ୍ରଦର୍ଶନ କରିଥିବା ମାରନର୍ସ । ବର୍ଷ ଆରମ୍ଭରେ ୧୧୦ନମ୍ବରେ ଥିବା ଅଷ୍ଟ୍ରେଲିଆର ଏହି ଖେଳାଳି ଡିସେମ୍ବର ମାସ ବେଳକୁ ଟପ୍‌-୧୦କୁ ଆସିବା ଏକ ବଡ଼ ଉପଲବ୍ଧି । ପାକିସ୍ତାନର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ବାବର ଆଜାମ ଦୁଇପାଦ ଉପରକୁ ଉଠି ୧୩ତମ ସ୍ଥାନରେ ଅଛନ୍ତି ।
ଟପ୍‌-୧୦ରେ ସାମି
ଦକ୍ଷିଣ ଆଫି୍ରକା ଏବଂ ବାଂଲାଦେଶ ବିପକ୍ଷରେ ଲଗାତାର ଦୁଇ ସିରିଜ୍‌ ଚମକ୍ରାର ରହିଥିଲା ପେସ୍‌ ବୋଲର ମହମ୍ମଦ ସାମିଙ୍କ ଲାଗି । ଏହାର ସୁଫଳ ବୁଧବାର ଘୋଷିତ ଆଇସିସି ର୍ୟାଙ୍କିଙ୍ଗରେ ମିଳିଯାଇଛି ସାମିଙ୍କୁ । ଦକ୍ଷିଣ ଆଫି୍ରକା ବିପକ୍ଷ ସିରିଜରେ ୧୩ ଏବଂ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟରେ ୭ ୱିକେଟ୍‌ ଦଖଲ କରିଥିଲେ ସାମି । ଯାହା ତାଙ୍କୁ ବୋଲରଙ୍କ ତାଲିକାରେ ଟପ୍‌-୧୦ ଭିତରେ ପ୍ରବେଶ କରାଇଦେଇଛି । ୭୭୧ ପଏଣ୍ଟ ସହ ସେ ତାଲିକାରେ ରହିଛନ୍ତି ୧୦ମ ସ୍ଥାନରେ । ଭାରତୀୟ ବୋଲରମାନଙ୍କ ଭିତରେ ଯଶପ୍ରୀତ ବୁମରା ୭୯୪ ପଏଣ୍ଟ ସହ ୫ମ ସ୍ଥାନରେ ପୂର୍ବଭଳି ରହିଛନ୍ତି । ରବିଚନ୍ଦ୍ର ଅଶ୍ୱିନ ୭୭୨ ପଏଣ୍ଟ ସହ ଅଛନ୍ତି ୯ମ ସ୍ଥାନରେ । ବୋଲିଂ ତାଲିକାରେ ଅଷ୍ଟ୍ରେଲିଆର ପାଟ୍‌ କୁମିନ୍ସ ୯୦୦ପଏଣ୍ଟ ସହ ଅଛନ୍ତି ଏକନମ୍ବର ସ୍ଥାନରେ । ରାବାଡା ଏବଂ ହୋଲଡର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*