୫-ଟି ବିବାଦରେ ଅପରାଜିତା, ଅରୂପ ଓ ସୁର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପ୍ରଶାସନିକ ବ୍ୟବସ୍ଥାରେ ୫-ଟି ଏକ ଅବିଚ୍ଛେଦ ଅଙ୍ଗ । ଆଇଏଏସ୍‌ ତାଲିମ ସମୟରେ ୫-ଟି ଉପରେ ପ୍ରଶିକ୍ଷଣ ଦିଆଯାଇଥାଏ । ଏଥିରେ କୌଣସି ନୂଆକଥା ନାହିଁ । ୨୦ ବର୍ଷ ଶାସନ ପରେ ୫-ଟିକୁ ଏକ ଅଭିନବ କାର୍ଯ୍ୟକ୍ରମ କହି ପ୍ରଶାସନିକ ଢାଞ୍ଚାକୁ ସଙ୍କୁଚିତ କରାଯାଉଛି । ଏହାଦ୍ୱାରା ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ କ୍ଷମତା ସଙ୍କୁଚିତ ହେଉଛି । ୫-ଟି ଭଳି ଏକ ବିଭାଗ ଖୋଲି ସମାନ୍ତରାଳ ଶାସନ ବ୍ୟବସ୍ଥା ଆପଣା ଯାଉଛି । ଏହା କେବଳ ସରକାରଙ୍କ ଏକ ସ୍ୱେଚ୍ଛାଚାରୀ ଭାବନା । ଗୁରୁବାର ଦିନ ଗଣମାଧ୍ୟମ ପକ୍ଷରୁ ରାଜ୍ୟ ସରକାରଙ୍କ ୫-ଟି ସମ୍ପର୍କରେ ହୋଇଥିବା ପ୍ରଶ୍ନରେ ଭାଜପା ସାଂସଦ ଅପରାଜିତା ଷଡଙ୍ଗୀ ଏଭଳି ମନ୍ତବ୍ୟ ରଖିଛନ୍ତି । ସାଂସଦଙ୍କ ମତ ସହ କଂଗ୍ରେସ ସ୍ୱର ମିଳାଇ ୫-ଟି କୁ ପ୍ରହସନ ବୋଲି ଆଖ୍ୟା ଦେଇଛି । ଏପରିକି ମନ୍ତ୍ରୀମାନେ ଏଠାରୁ ତୁଚ୍ଛ ସମାଲୋଚନା କରିଛି କଂଗ୍ରେସ । ବିରୋଧୀଙ୍କ ଅଭିଯୋଗରେ କୌଣସି ଯଥାର୍ଥତା ନାହିଁ ବୋଲି ବିଜଦ ଯୁକ୍ତି ରଖିଛି । ବିରୋଧୀଙ୍କୁ ଏହା ଭଲ ଲାଗୁନଥିଲେ କ୍ଷମତାକୁ ଆସିବା ପରେ ୫-ଟିକୁ ହଟାଇପାରିବେ ବୋଲି ପରାମର୍ଶ ଦେଇଛି ବିଜଦ ।
ଭାଜପା ସାଂସଦ ଅପରାଜିତା ଷଡଙ୍ଗୀ ଗୁରୁବାର ଦିନ ୫-ଟି ସମ୍ପର୍କରେ ଟିପ୍ପଣୀ ରଖିଲା ବେଳେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ କଟୁ ସମାଲୋଚନା କରିଛନ୍ତି । ୫-ଟି ରେ କିଛି ନୂତନତ୍ୱ ନାହିଁ । ଆଇଏଏସ୍‌ ତାଲିମ ନେଲା ବେଳେ ମସୁରୀ ଏକାଡେମୀରେ ୫-ଟି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିଲା । ଏହାକୁ ବ୍ୟବହାର କରି ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସୂତ୍ର ରହିଥିଲା । ଓଡ଼ିଶାକୁ ୨୦ବର୍ଷ ଧରି ଶାସନ କରିବା ପରେ ଏବେ କାହିଁକି ୫-ଟି ପ୍ରସଙ୍ଗ ଆସିଲା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏହା ସୂଚାଉଛି ଯେ, ୨୦ବର୍ଷ ହେଲା ଏହି ସରକାର ୫-ଟିକୁ ଜାଣିନଥିଲେ । ଏହି ପରମ୍ପରା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟ ପ୍ରଶାସନର ସମସ୍ତ କ୍ଷମତା ଗୋଟିଏ ସ୍ଥାନରେ କେନ୍ଦ୍ରିଭୂତ କରାଗଲା । ଯାହାକୁ ସମ୍ପୃକ୍ତ ବିଭାଗରେ କାର୍ଯ୍ୟକାରୀ କରାଯାଇପାରିଥାନ୍ତା ତାହାକୁ କାହିଁକି ଜଣଙ୍କ ହାତରେ କ୍ଷମତା ଦିଆଗଲା ବୋଲି ସେ ଜାଣିବାକୁ ପ୍ରଶ୍ନ କରିଛନ୍ତି । ଲୋକଙ୍କ ସେବା କରିବା ପାଇଁ ବିଭାଗ ପାଖରେ ଏହି କ୍ଷମତା ଦିଆଯାଇପାରିଥାନ୍ତା । ୫-ଟିକୁ ବିଭାଗୀୟ ସଚିବମାନେ ଅଧିକ ଦକ୍ଷତାର ସହ କରିପାରିଥାନ୍ତେ । ମନ୍ତ୍ରୀ ସଚିବଙ୍କୁ ବିଶ୍ୱାସକୁ ନନେଇ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅଧିକାରୀମାନେ ଗୌଣ ହୋଇଯାଉଛନ୍ତି ।

ସ୍ୱାସ୍ଥ୍ୟ ଓ ଗୃହ ବିଭାଗର ନଜିର ଦେଇ ସାଂସଦ କହିଛନ୍ତି ୫-ଟି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଦେଇଥିଲେ ଏହା କ’ଣ କାର୍ଯ୍ୟକାରୀ ହୋଇପାରିନଥାନ୍ତା? ଗୋଟିଏ ସ୍ଥାନରେ କ୍ଷମତା କେନ୍ଦ୍ରିଭୂତ ହେବା ଦ୍ୱାରା ଲୋକଙ୍କ କାର୍ଯ୍ୟ କିପରି ହେବ ବୋଲି ଅପରାଜିତ ସନେ୍ଦହ ପ୍ରକାଶ କରିଛନ୍ତି ।
ଅପରାଜିତାଙ୍କ ଏହି ଅଭିଯୋଗ ସହ ସ୍ୱର ମିଳାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଗଣମାଧ୍ୟମରେ ଏନେଇ ପ୍ରତିକି୍ରୟା ଦେଲା ବେଳେ ସୁର କହିଛନ୍ତି ୫-ଟି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ । ୫-ଟି ସଚିବ ଜିଲାକୁ ଜିଲା ବୁଲି ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ମାତ୍ର ରାଜଧାନୀରେ ଥିବା ହସ୍ପିଟାଲକୁ ବୁଲିବାକୁ କାହିଁକି ଆସୁନାହାନ୍ତି । ଗୁରୁବାର ଦିନ ଏହି ହସ୍ପିଟାଲରେ କଂଗ୍ରେସ ପକ୍ଷରୁ ରୋଗୀ ସେବା କରାଯାଇଥିଲା । ହସ୍ପିଟାଲ ଭିତରେ ରୋଗୀଙ୍କ ଅବସ୍ଥା ଅବର୍ଣ୍ଣନନୀୟ ଥିଲା । ବାରନ୍ଦାରେ ରୋଗୀମାନେ ଗଡୁଥିଲେ । ସେମାନଙ୍କୁ ବାହାରେ ସାଲାଇନ୍‌ ଓ ରକ୍ତ ଦିଆଯାଉଥିଲା । ରାଜଧାନୀ ଡାକ୍ତରଖାନାର ଅବସ୍ଥା ଏପରି ଶୋଚନୀୟ ଥିଲା ବେଳେ ୫-ଟି ନାମରେ କାହିଁକି ନାଟକ କରାଯାଉଛି ବୋଲି ତାହା ସମସ୍ତେ ବୁଝିଗଲେଣି । ଗୋଟିଏ ସ୍ଥାନରେ ସବୁ ବିଭାଗର କ୍ଷମତାକୁ କେନ୍ଦ୍ରିଭୂତ କରିବା ଦ୍ୱାରା ସାଧାରଣରେ ଘୋର ସନେ୍ଦହ ପ୍ରକାଶ ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନଜଣାଇ ୫-ଟି ସଚିବ ସିଡିଏମ୍‌ଓଙ୍କୁ ସସ୍‌ପେନ୍ଦ ଓ ପୁନଃନିଯୁକ୍ତି ଦେଉଛନ୍ତି । ଏହା ମନ୍ତ୍ରୀଙ୍କ ପାଇଁ ଘୋର ଲଜ୍ଜା ବୋଲି ସୁର କହିବା ସହ ଏହି ସରକାର କେମିତି ଚାଲିଛି ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ମନ୍ତ୍ରୀ ଭୋଟ ଗଣତିରେ ବ୍ୟସ୍ତ ଥିବାବେଳେ ତାଙ୍କ ଦସ୍ତଖତରେ କିଭଳି ଆଦେଶ ବାହାରୁଛି ତାହା ଏହି ସରକାରର ଅସଲ ଚିତ୍ରକୁ ପଦାରେ ପକାଉଛି ।
ଭାଜପା, କଂଗ୍ରେସର ଏହି ଅଭିଯୋଗକୁ ବିଜଦ ପକ୍ଷରୁ ଭିତ୍ତିହୀନ ବୋଲି କୁହାଯାଇଛି । ଅପରାଜିତାଙ୍କ ସହ ନିର୍ବାଚନରେ ଲଢ଼ି ପରାଜିତ ହୋଇଥିବା ଅରୂପ ପଟ୍ଟନାୟକ ଏହାକୁ ଅଗ୍ରାହ୍ୟ କରିଛନ୍ତି । ଅପରାଜିତା ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ଭିତ୍ତି ନାହିଁ । ଆଇଏଏସ୍‌ ଏବଂ ଆଇପିଏସ୍‌ ତାଲିମ ପ୍ରଦାନ ବେଳେ ୫-ଟି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଏ ବୋଲି ମୁଁ ଜାଣିନାହିଁ । ପ୍ରଶିକ୍ଷଣ ସମୟରେ ଆମେମାନେ କେବଳ ପ୍ୟାରେଡ ଓ ଲେପ୍ଟ -ରାଇଟ୍‌ ଶିଖିଥାଉ । ଲୋକଙ୍କ ସହ ମିଶିବା ଓ କାମ କରିବା ସମ୍ପର୍କରେ ଆମକୁ ତାଲିମ ଦିଆଯାଏନାହିଁ । ୫-ଟି ନୂଆ ବିଭାଗ ହେବା ଦ୍ୱାରା ସରକାରୀ ଯୋଜନାରେ ସଫଳତା ମିଳିପାରିବ । ୫-ଟି ଲାଗୁ ହେବା ପରେ ସଚିବ ଓ ମନ୍ତ୍ରୀମାନଙ୍କ ଭୂମିକାର ଆବଶ୍ୟକତା ନାହିଁ । ଲୋକଙ୍କ ପାଇଁ ଠିକ୍‌ ସମୟରେ କାର୍ଯ୍ୟ କରିବା ସରକାରଙ୍କ କର୍ତ୍ତବ୍ୟ ଥିବାରୁ ଏହା ଲାଗୁ କରାଯାଇଛି । ସାଂସଦଙ୍କୁ ଏହା ଭଲ ଲାଗୁ ନଥିଲେ ଯେତେବେଳେ ସିଏ ମୁଖ୍ୟମନ୍ତ୍ରୀ ହେବେ ସେହି ସମୟରେ ୫-ଟିକୁ ଉଠାଇ ଦେବା ପାଇଁ ଅରୂପ ପରାମର୍ଶ ଦେଇଛନ୍ତି । ସେହିପରି ବିଜଦ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ୫-ଟି ଏକ ଚ୍ୟାପ୍ଟର ହୋଇଥିବାରୁ ଏହା ଜରିଆରେ ମୋ ସରକାର ଅଧିକ ତ୍ୱରାନ୍ୱିତ ହୋଇପାରିବ । ମନ୍ତ୍ରୀ, ସଚିବ ଓ ବିଧାୟକ ତାଙ୍କ ବାଟରେ କାମ କରିବେ । ୫-ଟି ଦ୍ୱାରା ସେମାନେ କାହିଁକି ଗୌଣ ବୋଲି ଭାବୁଛନ୍ତି ତାହା ବୁଝି ହେଉନାହିଁ । ଯଦି ସେ ପୂର୍ବରୁ ୫-ଟି ବିଷୟରେ ପଢ଼ିଥିଲେ ତାହାକୁ ଚାକିରି ସମୟରେ କେତେ କାର୍ଯ୍ୟରେ ଲଗାଇଛନ୍ତି ବୋଲି ସସ୍ମିତ ଜାଣିବାକୁ ଚାହିଁଥିଲେ ।
କଂଗ୍ରେସ ବିଧାୟକଙ୍କ ଅଭିଯୋଗ ଉପରେ ସଫେଇ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଥିଲେ, ଏଭଳି ଅଭିଯୋଗରେ କୌଣସି ବାସ୍ତବତା ନାହିଁ । ମନ୍ତ୍ରୀଙ୍କ ବିନା ଜାଣତରେ କୌଣସି ଆଦେଶ ପ୍ରକାଶ ପାଏ ନାହିଁ । କଂଗ୍ରେସ ସମୟରେ ଏଭଳି ଘଟୁଥିଲା । ଏବେ ବୈଷୟିକ ଜ୍ଞାନକୌଶଳ ବଢ଼ି ଯାଇଛି । ସୁର ଭାଇ ବୋଧହୁଏ ଏକଥା ଜାଣିନାହାନ୍ତି । ଏବେ ୫-ଟିର ଯୁଗ । ସବୁ କଥା କମ୍ପୁ୍ୟଟର ଡାଟାରେ ହେଉଛି । ସରକାରଙ୍କ ଓଶ୍ୱାସ ପଦ୍ଧତିରେ ସବୁ ଚାଲିଛି । ମନ୍ତ୍ରୀଙ୍କ ଦସ୍ତଖତ ଓଶ୍ୱାସରେ ଅଫଲୋଡ ରହିଛି । ଆଦେଣ ବାହାରିବାରେ କିଭଳି ତ୍ରୁଟି ରହିଲା ବୋଲି ଅଭିଯୋଗ କରୁଛନ୍ତି ତାହା ବୁଝାପଡ଼ୁନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*