୩ ମାସ ପରେ କଙ୍କାଳ ଜବତ: ୩ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚନ୍ଦ୍ରପୁର

ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍‌ ହନମନ୍ତପୁର ପଞ୍ଚାୟତ ଅନ୍ଧାରିଲିମା ଜଙ୍ଗଲରେ ମନୋରଞ୍ଜନ ବଳିୟାର ସିଂହ ହତ୍ୟାକାନ୍ଦ ଘଟଣାର ୩ ମାସ ପରେ ମଙ୍ଗଳବାର ପୁଲିସ କଙ୍କାଳ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୁଡ଼ାରି ଥାନା ଅନ୍ତର୍ଗତ ପଙ୍କବାଡ଼ି ଗ୍ରାମର ରଘୁ ଭାଟ, ବିଷମକଟମ ଥାନା ଅନ୍ତର୍ଗତ ସିନ୍ଧିପଙ୍କା ଗ୍ରାମର ନକୁଳ ଦନ୍ଦସେନା ଓ ହନମନ୍ତପୁର ଗ୍ରାମର ଗଣେଶ୍ୱର ସାହୁ । ସୂଚନାଯୋଗ୍ୟ ଯେ, ବିଷମକଟକ ବ୍ଲକ୍‌ ସିନ୍ଧୀଗୁଡ଼ି ଗ୍ରାମର ନକୁଳ ଦନ୍ଦସେନାଙ୍କ ଭଉଣୀଙ୍କୁ କନ୍ଧମାଳ ଜିଲ୍ଲା କୋଠଗଡ଼ର ମନୋରଞ୍ଜନ ବଳିୟାରସିଂହ(୪୨) ପ୍ରେମ କରୁଥିଲେ । ମନୋରଞ୍ଜନ ଗ୍ରାମକୁ ଆସି ନିଜ ପ୍ରେମିକାକୁ ଦେଖା କରୁଥିଲେ । ଏଥିରେ ଅତିଷ୍ଠ ହୋଇ ନକୁଳ ନିଜ ଭାଇ ଓ ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ମନୋରଞ୍ଜନକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ଜୁନ ମାସରେ ସେମାନେ ଯୋଜନାବଦ୍ଧ ଭାବେ ମନୋରଞ୍ଜନଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲର ପାହାଡ଼ ଗୁମ୍ଫାରେ ପୋତି ଦେଇଥିଲେ । ଏ ନେଇ ମୃତ ମନୋରଞ୍ଜନଙ୍କ ଭାଇ ଚିତ୍ତରଞ୍ଜନ ବଳିୟାର ସିଂହ ବିଷମ କଟକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଥାନା ଏସଆଇ ଏମ ଏସ ଶର୍ମା ଏମ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ତଦନ୍ତ ଆରମ୍ଭ କରିଥିଲେ । ନକୁଳକୁ ଥାନାକୁ ଆଣି ଜୋରା କରିବା ପରେ ହତ୍ୟାକାନ୍ଦ ସମ୍ପର୍କରେ ସୁରାକ ମିଳିଥିଲା । ପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ନେଇ ଅନ୍ଧାରଲିକା ରାଉଗୁଡ଼ା ଜଙ୍ଗଲକୁ ଯାଇ ଗୁମ୍ଫା ଭିତରୁ ମନୋରଞ୍ଜନଙ୍କ କଙ୍କାଳ ଜବତ କରିଥିଲା । କଙ୍କାଳ ଜବତ ବେଳେ ଏସଡିପିଓ ଶ୍ରୀ ନାୟକଙ୍କ ସମେତ ଚନ୍ଦ୍ରପୁର ତହସିଲଦାର ଇପସିତା ପାତ୍ର, ଥାନା ଅଧିକାରୀ ସୁନିଲ ନାୟକ ଓ ଏଏସଆଇ ଭାସ୍କର ମୋରା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ସେ ଦିଗରେ ଅଧିକ ତଦନ୍ତ କରିବା ପାଇଁ ରାୟଗଡ଼ା ଏସ୍‌ପି ଶ୍ରବଣ ବିବେକ ନିଦେ୍ର୍ଦଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*