୩୫ ଶାଳକାଠ ସହ ପିକଅପ ଜବତ : ୫ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଠାକୁରମୁଣ୍ଡା

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଜିଆଣୀ ବିଟ୍ ଅଞ୍ଚଳରୁ ୩୫ଟି ମୂଲ୍ୟବାନ ଶାଳକାଠ ସହ ପିକଅପ୍ ଭ୍ୟାନ ଜବତ ଓ ୫ଜଣ ଗିରଫ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ,ଗତ ରାତି ପ୍ରାୟ ୨ଟା ବେଳେ ଠାକୁରମୁନ୍ଦା ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବନକର୍ମଚାରୀଙ୍କ ମାନେ କେନ୍ଦୁଜିଆଣୀ ଟସରସୋସାଇଟି ପାଖରେ ଏକ (ଓଆର-୦୧-ଏକ-୬୩୧୮) ନଂ ପିକଅପ୍ ଭ୍ୟାନକୁ ଚଢାଉ କରିଥିଲେ । ଏହି ଭ୍ୟାନରେ ୩୫ଟି ଶାଳ କାଠ ବନ୍ଧ ବୋଝେଇ ଥିବା ଦେଖିବାକୁ ପାଇଥିଲେ । ବନକର୍ମଚାରୀ ମାନେ ଭ୍ୟାନ ସହ କାଠକୁ ଜବତ କରିବା ପରେ ୫ଜଣ ଅଭିଯୁକ୍ତ ପାଖ ଜଙ୍ଗଲକୁ ଦୌଡି ପଳାଇଯାଉଥିବାର ଦେଖି ସେମାନଙ୍କୁ ଗୋଡାଇ ଧରିଥିଲେ । ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଜିଲ୍ଲା ବନ୍ତର ପ୍ରଶାନ୍ତ ଜେନା(୨୫), ଆଗରପଡାର ମନରଞ୍ଜନ ସାହୁ(୨୨), ମୟୂରଭଞ୍ଜ କେନ୍ଦୁଜିଆଣୀ ଗ୍ରା.ପ.ର ସାରୁବିଲ ଗ୍ରାମର ନରେନ୍ଦ୍ର ପଇଦା(୧୯),ଜଗନ୍ନାଥ ବେହେରା(୩୪) ଓ ରବି ବେହେରା(୧୯) । ଜବତ ହୋଇଥିବା ଶାଳ ବନ୍ଧ ଗୁଡିର ମୂଲ୍ୟ ୫୦ଜହାରରୁ ଉଦ୍ଧ୍ୱର୍ ହେବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ । ଏହି ଚଢାଉରେ ଠାକୁରମୁନ୍ଦା ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁରଙ୍କ ନେତୃତ୍ୱ ନେଇଥିବା ବେଳେ ଫରେଷ୍ଟର ତପନ କୁମାର ମହାନ୍ତ, ଠାକୁରଦାସ ହେମ୍ବ୍ରମ୍, ଭାସ୍କର ଘଣା, ବିଶ୍ୱଜିତ୍ ମହାନ୍ତ ଓ ଫରେଷ୍ଟ ଗାର୍ଡ ଗୌତମ ମହାନ୍ତ,ମନୋଜ କୁମାର ବେହେରା, ସଚୀ ବେହେରା, ଭବାନୀ ବେହେରା, ଯୋଗେନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଥାଉକି କେନ୍ଦୁଜିଆଣୀ ଫରେଷ୍ଟ ବିଟ୍ ଅଞ୍ଚଳରୁ ମୂଲ୍ୟବାନ ଶାଳକାଠ ଅବାଦ୍ଧରେ ଚୋରା ଚାଲାଣ ହେଉଥିବା ବେଳେ ଗତ ଅଗଷ୍ଟ ମାସରେ ଏହି ଚୋରା କାଠ ଚାଲାଣ ବେଳେ ଠାକୁରମୁନ୍ଦା ପୁଲିସ ହାତରେ ଧରାପଡିଥିଲା । ରାଜ୍ୟ ରାଜପଥ ଅଞ୍ଚଳରୁ ସମସ୍ତ ଚେକ ଗେଟ୍ ଗୁଡିକ ଉଠାଇ ଦିଆଯାଇଥିବାରୁ କାଠ ମାଫିଆଙ୍କ ଦୃଷ୍ଟି ଏବେ ଠାକୁରମୁନ୍ଦା ବନାଞ୍ଚଳରେ ପଡିଥିବାରୁ ସାଧାରଣରେ ଚର୍ଚ୍ଚା ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*