୨.୩୧ଲକ୍ଷ କୋଟିର ଡିଲ୍‌ ଇନ୍ଦିଗୋ ଏୟାରବସରୁ କିଣିବ ୩୦୦ ବିମାନ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ/ପ୍ୟାରିସ

ଦେଶର ବଜେଟ୍‌ ଏୟାରଲାଇନ ଇନ୍ଦିଗୋ ଏୟାରବସର ଏ୩୨୦ନିୟୋ ଫ୍ୟାମିଲର ୩୦୦ ବିମାନ କିଣିବାକୁ ଯାଉଛି । ଏଥିପାଇଁ କମ୍ପାନୀ ଅର୍ଡର ଦେଇଥିବାବେଳେ ଏହି ଅର୍ଡର ୨.୩୧ଲକ୍ଷ କୋଟିର । କୌଣସି ଏକ ବିମାନ କମ୍ପାନୀରୁ ଏୟାରବସ୍‌ ପାଇଥିବା ଅର୍ଡର ମଧ୍ୟରୁ ଏହା ସବୁଠୁ ବଡ ଅର୍ଡର । ବଜାର ଅଂଶ ହିସାବରେ ଦେଶର ସବୁଠୁ ବଡ ଏୟାରଲାଇନ୍ସ କମ୍ପାନୀ ଇନ୍ଦିଗୋ ନିଜର ସ୍ଥିତି ମଜବୁତ ସହ ସମ୍ପ୍ରସାରଣକୁ ଗୁରୁତ୍ୱ ଦେଉଥିବା କାରଣରୁ ଏହି ବଡ ଅର୍ଡର ଦେଇଛି । ମିଳିଥିବା ସୂଚନାନୁସାରେ ଏହି ଅର୍ଡରକୁ ଏବେ ଅନ୍ତିମ ରୂପ ଦିଆଯାଉଛି । ଇନ୍ଦିଗୋ ପକ୍ଷରୁ ଏ ନେଇ କୌଣସି ପ୍ରତିକି୍ରୟା ଦିଆଯାଇନଥିଲାବେଳେ ଏୟାରବସ୍‌ ମଧ୍ୟ ନିରବ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*