ୟୁଥ ଫର ସେବା ପକ୍ଷରୁ ବିନ୍ଦୁସାଗର ସଫେଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ୟୁଥ ଫର ସେବା ଦ୍ୱାରା ସ୍ୱଚ୍ଛ ବିନ୍ଦୁସାଗର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭୂବନେଶ୍ୱରସ୍ଥିତ ପ୍ରଭୂ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗରଠାରେ ବହୁସଂଖ୍ୟାରେ ଭକ୍ତମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିଥାନ୍ତି । ଓଡିଆ ସଂସ୍କୁତି ଅନୁଯାୟୀ, ଏହି ଦିନ ଭକ୍ତମାନେ ବୋଇତ ବନ୍ଦାଣ କରିଥାନ୍ତି । ହେଲେ ବର୍ତ୍ତମାନ ବଜାରରେ ସୋଲ କିମ୍ବା ପ୍ଲାଷ୍ଟିକର ଡଙ୍ଗା ଏବଂ ଏଥିରେ ବ୍ୟବହୃତ କୃତିମ ରଙ୍ଗ ଏବଂ ଜରି ପାଣିରେ ମିଶି ପାଣିକୁ ଦୂଷିତ କରିଥାନ୍ତି । ଏହା ପାଣିରେ ରହୁଥିବା ପ୍ରାଣୀ ଏବଂ ଚତୁପାଶ୍ୱର୍ର ପରିବେଶ ପ୍ରତି କ୍ଷତିକାରକ । ବର୍ତ୍ତମାନର ଯୁବସମାଜ ନିଜର ପରିବେଶ ପ୍ରତି ଅତ୍ୟନ୍ତ ସଚେତନ । ତେଣୁ ୟୁଥ ଫର ସେବା ଏହି କାର୍ଯ୍ୟକ୍ରମ ଗତ ୩ ବର୍ଷ ହେବ କରିଆସୁଛି । ବିନ୍ଦୁସାଗରକୁ ସଫା କରିବା ପାଇଁ ସରକାରଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏତେ ବିଶାଳ ଜନସମାଗମ ଏବଂ ପ୍ରଦୂଷଣରୁ ରକ୍ଷା କରିବା ଏକାକି ସମ୍ଭବ ନୂହେଁ । ଯୁଥ ଫର ସେବାର ପାଖାପାଖି ୮୦ ଜଣ ସ୍ୱେଚ୍ଛାସେବୀ ଏହି ଅଭିଜାନରେ ସକାଳ ୭.୩୦ ସମୟରେ ବିନ୍ଦୁସାଗରଠାରେ ଏକାଠି ହୋଇ ପାଣିରୁ ବୋଇତ ଅବଶେଷଗୁଡିକୁ ବାହାର କରି ଡଷ୍ଟବିନରେ ପକାଇଥିଲେ । ଯାହା ଦ୍ୱାରା ପାଣିସଫା ହେବା ସହ ଡଷ୍ଟବିନରୁ ଅଳିଆ ନିଷ୍କାଷନ ସହଜ ହେବ । ଆଜିର କାର୍ଯ୍ୟକ୍ରମକୁ ସୁବ୍ରତ କୁମାର ପଟ୍ଟନାୟକ ଏବଂ ସଂଗ୍ରାମକୁମାର ପାତ୍ର ମିଳିତଭାବରେ ସମ୍ପାଦନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*