ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପ୍ରଥମ ମ୍ୟାଚ୍‌ ଜିତିଲା ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନିଜର ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଥିବା ଓଡ଼ିଶା ଶେଷରେ ଜିତିବାକୁ ସକ୍ଷମ ହୋଇଛି । ରବିବାର ଦିନ ଡି୍ରମ୍ସ ପଡିଆରେ ଓଡ଼ିଶା ଦୁର୍ବଳ ମିଜୋରାମ ବିପକ୍ଷରେ ୯ ୱିକେଟର ବିଜୟ ଲାଭ କରି ଚଳିତ ସିଜିନର ସୟଦ ମୁସ୍ତାକ ଅଲ୍ଲି ଟୁ୍ରଫିରେ ପ୍ରଥମ ବିଜୟ ପାଇଛି । ୩ ମ୍ୟାଚ୍‌ ପରେ ଓଡ଼ିଶା ପାଖରେ ଏବେ ୪ ପଏଣ୍ଟ ଅଛି । ୯୨ ରନ୍‌ର ଟାର୍ଗେଟ ଓଡ଼ିଶା ସକାଶେ ରହିଥିଲା ମ୍ୟାଚ୍‌ ଜିତିବା ପାଇଁ । ତେବେ ଆରମ୍ଭ ପୁଣି ହୋଇଥିଲା ଖରାପ । ଦ୍ୱିତୀୟ ବଲରେ ପ୍ରଥମ କରି ରାଜ୍ୟ ଦଳରୁ ଟି-୨୦ରେ ଖେଳୁଥିବା ସ୍ୱସ୍ତିକ ସାମଲ ଖାତା ନଖୋଲି ବୋଲ୍ଡ ହୋଇଯାଇଥିଲେ । ହେଲେ ଦ୍ୱିତୀୟ ୱିକେଟରେ ରାଜେଶ ଧୂପର ଏବଂ ସନ୍ଦୀପ ପଟ୍ଟନାୟକ ୯୫ ରନ୍‌ ଯୋଡି ଦଳକୁ ଜିତାଇଥିଲେ । ସନ୍ଦୀପ ୩୯ବଲରୁ ୧ ଛକା ଓ ୮ ଚୌକା ସହ ୫୪ ଏବଂ ଧୂପର ୩୦ ବଲରୁ ୫ ଚୌକା ସହ ୩୮ ରନ୍‌ କରି ଅପରାଜିତ ରହିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମିଜୋରାମ ଦଳ ୧୯.୧ଓଭରରେ କେବଳ ୯୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା । ଟି କୋହଲି ସର୍ବାଧିକ ୩୭ ରନ୍‌ କରିଥିଲେ । ଓଡ଼ିଶା ପକ୍ଷରୁ ବାମହାତୀ ସ୍ପିନର ପପୁ ରାୟ ୮ ରନ୍‌ ଦେଇ ନେଇଥିଲେ ୩ ୱିକେଟ୍‌ । ରାଜେଶ ମହାନ୍ତିଙ୍କୁ ମିଳିଛି ୨ୱିକେଟ୍‌ ।
କେନ୍ଦ୍ର ସରକାରଙ୍କ
ନିଷ୍ପତ୍ତି ମାନିବ ବୋର୍ଡ
ପାକିସ୍ତାନ ସହ ଭାରତ ମ୍ୟାଚ୍‌ ଖେଳିବ କି ନାହିଁ ତାହାକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା ଓ ବିତର୍କ ଲାଗିଛି । ଏଇ ଅବସ୍ଥାରେ ରବିବାର କଟକ ଆସିଥିବା ବେଳେ ଭାରତୀୟ କି୍ରକେଟ ବୋର୍ଡର କାମଚଳା ସଭାପତି ସି.କେ ଖାନ୍ନା ସାମ୍ବାଦିକମାନଙ୍କୁ କହିଥିଲେ ଏ ଘଟଣାରେ କି୍ରକେଟ ବୋର୍ଡ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିବ । ଆମ ପାଇଁ ସରକାରଙ୍କର ଯାହା ପରାମର୍ଶ ରହିବ ସେ ପରାମର୍ଶ ବୋର୍ଡ ମାନିବ । ସରକାରଙ୍କର ନିଷ୍ପତ୍ତି ଆମେ ପାଳନ କରିବୁ ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*