ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ବିକେ ଶର୍ମାଙ୍କୁ ହଟାଯାଇଛି: ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି ଚଳିତବର୍ଷ ପ୍ରଥମ ୬ ମାସ ଭିତରେ ୧୧୪୯ ମହିଳାଙ୍କ ମଧ୍ୟରୁ ୬୦୪ଟି ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି । ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଏହାକୁ ସ୍ୱୀକାର କରିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତନ୍ତୋଇ ଗାଁରେ ରହୁଥିବା ଜଣେ ଦଳିତ ନାବାଳିକା ସହ ଦୁଷ୍କର୍ମ ହେବା ପରେ ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ସେହିପରି ବହୁଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାନ୍ଦ ଭଳି ଘଟଣା ପରେ ବି ରାଜ୍ୟ ସରକାର ନା ବିଧାନସଭା ଭିତରେ ନା ବାହାରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି । ଏପରିକି ଗଣତନ୍ତ୍ରର ମନ୍ଦିର ବିଧାନସଭା ଭିତରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା ପ୍ରସଙ୍ଗରେ ଶାସକ ଦଳ କୌଣସି ଆଲୋଚନା କରାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ରାଜ୍ୟ ଭାଜପା ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଗୃହ ବିଭାଗର ମୁଖିଆ ମୁଖ୍ୟମନ୍ତ୍ରୀ ଯାହାଙ୍କର ମୌଳିକ ଦାୟିତ୍ୱ ମହିଳାଙ୍କୁ ସୁରକ୍ଷା ଦେବା ସେ ଓଲଟା ବିଧାନସଭାରେ କହୁଛନ୍ତି କି ମହିଳା ଦୁଷ୍କର୍ମ ଉପରେ ବିରୋଧୀ ରାଜନୀତିକରଣ ବନ୍ଦ କରନ୍ତୁ । ଯିଏ ମହିଳାମାନଙ୍କ ସମ୍ମାନ, ସୁରକ୍ଷା ଏବଂ ପ୍ରତିଷ୍ଠା ପାଇଁ ଲଢୁଛନ୍ତିି ସେ ରାଜନୀତି କରୁଛନ୍ତି ନା ଯେଉଁମାନେ କ୍ରମାଗତ ଭାବେ ବଢୁଥିବା ମହିଳା ଦୁଷ୍କର୍ମକୁ ଅଣଦେଖା କରି ଦୁର୍ବୃତ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସେମାନେ ରାଜନୀତି କରୁଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ଓଡିଶାରେ ପୁଲିସ ଏବଂ ଗୃହ ବିଭାଗ ଉଭୟ ମହିଳାଙ୍କୁ ବଳି ପକାଇ ବିଜୁ ଜନତା ଦଳକୁ ସୁରକ୍ଷା ଦେଉଛନ୍ତି । ଅନେକ ସମୟରେ ଥାନା ଅଧିକାରୀମାନେ ଏତଲା ରଖୁ ନାହାଁନ୍ତି । ସେହିପରି ଅନେକ ସ୍ଥାନରେ ବିଜଦର ପ୍ରଭାବଶାଳୀ ନେତାଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ କାର୍ଯ୍ୟ କରୁଛି । ସ୍ମିତାରାଣୀ ଘଟଣାରେ ତଦନ୍ତକୁ ବାଟବଣା କରିବା ପାଇଁ ପୁଲିସ ପ୍ରଶାସନ ତଥ୍ୟ ପ୍ରମାଣ ନଷ୍ଟ କରିଛି । ଏହି ଘଟଣାରେ ବିଜଦର ପ୍ରଭବଶାଳୀ ନେତା, ବିଧାୟକ, ମନ୍ତ୍ରୀ, ରାମକୋ ଅଧିକାରୀଙ୍କ ସହ ତୃତୀୟ ମହଳାର ଲିଙ୍କ୍‌ ଥିବା ଯୋଗୁଁ ଶାସକ ଦଳ ନିଦେ୍ର୍ଦଶରେ ପୁଲିସ ତଥ୍ୟ ପ୍ରମାଣ ନଷ୍ଟ କରିଛି । ଅପରପକ୍ଷରେ ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ପୁଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*