ସ୍ମିତାଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କ ଦ୍ୱାରସ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପିଇଓ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ୩ଦିନ ଧରି ଗାନ୍ଧୀ ମୂର୍ତ୍ତି ନିକଟରେ ନିରବ ପ୍ରତିବାଦ କରିଆସୁଥିବା ଭାଜପା ସୋମବାର ଦ୍ୱାରସ୍ଥ ହୋଇଛି ରାଜ୍ୟପାଳଙ୍କ ନିକଟରେ । ବିରୋଧ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ଭାଜପା ବିଧାୟକମାନେ ଏହି ହତ୍ୟା ଓ ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭାରେ ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣକୁ ନେଇ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ । ସ୍ମିତାରାଣୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଗୃହ ଚଳାଇଦେବୁ ନାହିଁ ବୋଲି ଭାଜପା ଚେତାଇଛି ସରକାରଙ୍କୁ । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଆତ୍ମହତ୍ୟାକୁ ହତ୍ୟା ବୋଲି ଭାଜପା ଅଧିବେଶନ ଆରମ୍ଭରୁ ଦାବି କରିଆସୁଛି । ଘଟଣାର ସତ୍ୟାସତ୍ୟ ବାହାର କରିବା ପାଇଁ ସିବିଆଇ ତଦନ୍ତ ଦାବିରେ ଆଲୋଚନା ପ୍ରସ୍ତାବ ଆଣିଥିଲେ ମଧ୍ୟ ତାହା ଗ୍ରହଣ ହୋଇନଥିବାରୁ ପ୍ରତିବାଦକୁ ଜୋରଦାର କରିଛି ଭାଜପା । ୩ଦିନ ଧରି ଗୃହକୁ ଅଚଳ ରଖିଥିବା ବେଳେ ଗୃହରେ କଳାପଟି ବାନ୍ଧି ପ୍ରତିବାଦ ଜଣାଇଛି । ଶନିବାରଠାରୁ ଗୃହ କାର୍ଯ୍ୟରେ ଭାଗ ନନେଇ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ ଧାରଣା ଦେଉଛି । ସୋମବାର ଦିନ ଗୃହ କାର୍ଯ୍ୟରେ ଯୋଗ ନଦେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମତେ ଦଳର ବିଧାୟକମାନେ ଧାରଣା ଦେଇଥିଲେ ।
ବାଚସ୍ପତି ଭାଜପା ଦାବିକୁ ଗ୍ରହଣ କରୁନଥିବା ବେଳେ ବିଧାନସଭାର ବିଧିବିଧାନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରି ସେମାନେ ରାଜ୍ୟପାଳଙ୍କୁ ଭେଟିଥିଲେ । ବିଧାନସଭାରୁ ପାଦରେ ଚାଲିଚାଲି ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ସେମାନେ ଦାବି ଜଣାଇଥିଲେ । ଗୃହକାର୍ଯ୍ୟକୁ ବାଚସ୍ପତି ସରକାରୀ ଦଳ ଇଙ୍ଗିତରେ ଚଳାଉଥିବାରୁ ଭାଜପା ଆଣିଥିବା ଦାବି ଉପରେ ଆଲୋଚନା ପାଇଁ ସୁଯୋଗ ଦେବାକୁ ରାଜ୍ୟପାଳଙ୍କୁ ଜଣାଇଥିଲେ ।
ରାଜଭବନ ବାହାରକୁ ଆସି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଣମାଧ୍ୟମକୁ କହିଥିଲେ, ରାଜ୍ୟପାଳଙ୍କ ସହିତ ଦଳର ଫଳପ୍ରଦ ଆଲୋଚନା ହୋଇଛି । ସ୍ମିତାରାଣୀ ମାମଲାକୁ ଚାପି ଦେବାକୁ ସରକାର ଉଦ୍ୟମ କରୁଛନ୍ତି । ଘଟଣା ଦିନ ରୂପେଶ ଭଦ୍ରଙ୍କ ସହିତ ରାମ୍‌କୋ ସିମେଣ୍ଟ ଏଜେଣ୍ଟ, ଦୁଇ ଜଣ ସମିତିସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ପୁଲିସ କେବଳ ରୂପେଶ ଭଦ୍ରଙ୍କୁ ୩୦୬ ଦଫାରେ ଗିରଫ କରିଛି । ଅନ୍ୟ ୪ ଜଣଙ୍କୁ ଛାଡ଼ି ଦେବା ପଛର ଘଟଣା ତଦନ୍ତ ସାପେକ୍ଷ । ରାମ୍‌କୋ ସିମେଣ୍ଟ କମ୍ପାନୀ ପକ୍ଷରୁ ରୂପେଶ ଭଦ୍ରଙ୍କ ଆକାଉଣ୍ଟକୁ ପଠା ଯାଇଥିବା କୋଟି କୋଟି ଟଙ୍କା ବିଜଦ ନିର୍ବାଚନରେ ଖର୍ଚ୍ଚ କରିଛି ବୋଲି ଅଭିଯୋଗ ହେଉଛି । ଘଟଣାକୁ ଚାପି ଦେବା ପାଇଁ ଏସ୍‌ପି ଓ ମହିଳା କମିଶନ ଅଧ୍ୟକ୍ଷା ମିଥ୍ୟା କହିଥିବାରୁ ସେମାନଙ୍କୁ ବହିଷ୍କାର କରାଯିବା ସହିତ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇଛୁ ବୋଲି ବିରୋଧୀ ଦଳ ନେତା ଗଣମାଧ୍ୟମକୁ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*