ସିନିୟର ରାଜ୍ୟ ଭଲିବଲ କିଟ୍‌ ଓ ପୂର୍ବତଟ ରେଳବାଇ ଚମ୍ପିଆନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡ଼ିୟମ ଠାରେ ସଫଳତାର ସହ ସମ୍ପନ୍ନ ହୋଇଛି ୬୮ତମ ରାଜ୍ୟ ସିନିୟର ଭଲିବଲ ପ୍ରତିଯୋଗିତା । ମହିଳା ବର୍ଗରେ କିଟ୍‌ ଚମ୍ପିଆନ୍‌ ହୋଇଥିଲା ବେଳେ ପୁରୁଷ ବର୍ଗରେ ପୂର୍ବତଟ ରେଳବାଇ ଚମ୍ପିଆନ୍‌ ଆଖ୍ୟା ଅର୍ଜନ କରିଛି । ଏହି ପ୍ରତିଯୋଗିତାରେ ୩୨ଟି ଜିଲ୍ଲା ଦଳଙ୍କ ବ୍ୟତିତ ଅନୁବନ୍ଧିତ ବହୁ ବୃତ୍ତିଗତ ସଂସ୍ଥା ଦଳମାନେ ଯୋଗ ଦେଇଥିଲେ । ଓଡ଼ିଶା ଭଲିବଲ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ପାଖାପାଖି ୧୧ଶହ ଖେଳାଳି ଯୋଗଦାନ କରିଥିଲେ । ପୁରୁଷ ବର୍ଗର ଫାଇନାଲରେ ପୂର୍ବତଟ ରେଳବାଇ ଭୁବନେଶ୍ୱର ଦଳକୁ ସିଧାସଳଖ ୩ ସେଟ- ୨୫-୧୭, ୨୫-୯ ଏବଂ ୨୭-୨୫ରେ ପରାଜିତ କରି ଚମ୍ପିଆନ୍‌ ହୋଇଛି । ପୁରୁଷ ବର୍ଗର ତୃତୀୟ ସ୍ଥାନ ପାଇଛି ଓଡ଼ିଶା ପୁଲିସ । ମହିଳା ବର୍ଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଦଳ ପୂର୍ବତଟ ରେଳବାଇକୁ ୨୫-୨୩, ୨୫-୧୮ ଏବଂ ୨୫-୧୫ରେ ହରାଇ ଚମ୍ପିଆନ୍‌ ହୋଇଛି । ମହିଳା ବର୍ଗର ତୃତୀୟ ସ୍ଥାନ ହାସଲ କରିଛି ରାଉରକେଲା ଷ୍ଟିଲ ପ୍ଳାଣ୍ଟ । ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଏଡିଏମ୍‌ କାହ୍ନୁଚରଣ ଧୀର, ଆୟୋଜକ କମିଟିର ଅଧ୍ୟକ୍ଷ ସୁଶାନ୍ତ କୁମାର ମିଶ୍ର, ଓଡ଼ିଶା ଭଲିବଲ ସଂଘର ସଭାପତିି ସୁବୋଧ କୁମାର ରାଉତରାୟ ଏବଂ ସମ୍ପାଦକ ଡ. ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*