ସିଆଚିନରେ ତୁଷାରସ୍ଖଳନ: ବରଫରେ ଫଶିରହିଛନ୍ତି ୮ ଯବାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଅଯୋଧ୍ୟା

ବିଶ୍ୱର ସବୁଠାରୁ ଉଚ୍ଚରେ ଅବସ୍ଥିତ ଯୁଦ୍ଧକ୍ଷେତ୍ର ସିଆଚିନ୍‌ ଗ୍ଳାସିଅରରେ ସୋମବାର ଅପରାହ୍ନରେ ତୁଷାରସ୍ଖଳନ ଯୋଗୁ ସେଠାରେ ମୁତୟନ ଅନୂ୍ୟନ ୮ଜଣ ଯବାନ ବରଫ ତଳେ ଫଶିରହିଥିବା ଜଣାପଡିଛି । ସେନାର ପେଟ୍ରୋଲିଂ ଟିମ୍‌ର ୮ଜଣ ଯବାନ ବରଫରେ ଫଶିଯାଇଥିବା ସୂଚନା ମିଳିବା ପରେ ସେମାନଙ୍କୁ ବାହାରକୁ କାଢିବା ସକାଶେ ଉଦ୍ଧାର କାର୍ଯ୍ୟ ତ୍ୱରିତ ବେଗରେ କରାଯାଉଛି । ହେଲେ ଖବର ଲେଖାହେଲା ବେଳକୁ କୌଣସି ଯବାନଙ୍କର ସନ୍ଧାନ ମିଳିନଥିଲା । ରିପୋର୍ଟ ଅନୁସାରେ ସୋମବାର ଅପରାହ୍ନ ୩.୩୦ ସମୟରେ ଏହି ତୁଷାରସ୍ଖଳନ ଘଟିଥିଲା । ପ୍ରକାଶ ଥାଉ କି, କାରକୋରମ ଅଞ୍ଚଳରେ ପାଖାପାଖି ୨୦ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ସିଆଚିନ ଗ୍ଳାସିଅରକୁ ବିଶ୍ୱର ସବୁଠୁ ଉଚ୍ଚ ସୈନ୍ୟ କ୍ଷେତ୍ର ଭାବେ ପରିଗଣିତ କରାଯାଇଥାଏ । ଶୀତଦିନେ ଗ୍ଳାସିଅରରେ ତୁଷାରସ୍ଖଳନ ଏକ ସାଧାରଣ କଥା ହୋଇଥାଏ । ଏହା ସହ ଏହାର ତାପମାତ୍ରା ଶୂନରୁ ୬୦ ଡିଗ୍ରୀ ସେଲସିୟମ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ଅତୀତରେ ହିମସ୍ଖଳନ ଯୋଗୁ ସିଆଚିନ୍‌ ଗ୍ଳାସିଅରରେ ଅନେକ ଯବାନ ପ୍ରାଣ ହରାଇସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*