ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସମସ୍ତେ ଏକ ହୁଅ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କେବଳ ବର୍ଷକୁ ଥରେ ଜାତୀୟ ପ୍ରେସ ଦିବସ ପାଳନ କଲେ କିଛି ହବନି ଆଗ ସବୁ ସଂଘ ଏକ ହୁଅ, ସୁରକ୍ଷା ଓ ନିରାପତ୍ତା ଆପେ ଆପେ ମିଳିବ ବୋଲି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ମତପ୍ରକାଶ କରିଛନ୍ତି । ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ, ଓଡିଶା ପତ୍ରକାର ସଂଘ ଏବଂ ରାଷ୍ଟ୍ରୀୟ ପତ୍ରକାର ମହାସଂଘ, ନୁଆଦିଲ୍ଲୀ ର ମିଳିତ ସହଯୋଗରେ ଜାତୀୟ ପ୍ରେସ ଦିବସ କେଶରୀ ହୋଟେଲ ସମ୍ମିଳନୀ କକ୍ଷରେ ପାଳନ ଅବସରରେ ସେ ଏହି ଆହ୍ୱାନ ଦେଇଛନ୍ତି । ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରାକ୍ତନ ମନ୍ତ୍ରୀ ଓ ବିଧାୟକ ଶଶୀଭୂଷଣ ବେହେରା ସାମ୍ବାଦିକମାନଙ୍କ ସୁରକ୍ଷା ଓ ନିରାପତ୍ତା ଶୀର୍ଷକ ଆଲୋଚନା ଚକ୍ରରେ ନିଜ ବକ୍ତବ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପ୍ରଶାସନ ତରଫରୁ ସୁରକ୍ଷା ଯୋଗାଇଦେବା ଆବଶ୍ୟକ ବୋଲି କହିଥିଲେ । କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଜ୍ୟ ଗୃହନିର୍ମାଣ ନିଗମ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଭି. ରାଜେନ୍ଦ୍ର ରାଜୁ, ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଅତିଥିମାନେ ସାଂପ୍ରତିକ ସାମ୍ବାଦିକମାନଙ୍କ ସି୍ଥତି ଓ ଅବସ୍ଥା ଉପରେ ଆଲୋକପାତ କରି ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ପତ୍ରକାର ମହାସଂଘର ପ୍ରମୁଖ ପ୍ରତିଷ୍ଠାତା ଡଃ ପବିତ୍ରମୋହନ ସାମନ୍ତରାୟ ନିଜ ବକ୍ତବ୍ୟରେ ସାମ୍ବାଦିକମାନଙ୍କ ଏକତା ଓ କଲ୍ୟାଣ ନିମନ୍ତେ ରାଜ୍ୟରେ ବିଭିନ୍ନ୍ କାର୍ଯ୍ୟକ୍ରମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରକାଶ କରିଥିଲେ । ଓଡିଶା ପତ୍ରକାର ସଂଘର ସାଧାରଣ ସଂପାଦକ ଅବିନାଶ ମିଶ୍ର ମିଳିତଭାବେ ସବୁ ସାମ୍ବାଦିକ ବଂଧୁମାନେ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ବୋଲି ଆହ୍ୱାନ ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*