ସାମ୍ନାକୁ ଆସିଲା ‘ଆର୍‌ଆର୍‌ଆର୍‌’ର ପ୍ରଥମ ପୋଷ୍ଟର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବାହୁବଳୀ ଫେମ୍‌ ନିଦେ୍ର୍ଦଶକ ଏସ୍‌ଏସ୍‌ ରାଜମୌଳିଙ୍କ ମେଗା ବଜେଟ୍‌ ଫିଲ୍ମ ଆରଆର୍‌ଆର୍‌ର ମୋଶନ ପୋଷ୍ଟର ଆସିଛି ସାମ୍ନାକୁ । ଏହାକୁ ରାଜମୌଳିଙ୍କ ସମେତ ଆଲିଆ ଭଟ୍ଟ, ରାମଚରଣ ତେଜା, ଜୁନିୟର ଏନଟିିଆର୍‌ ଏବଂ ଫିଲ୍ମର ଅନ୍ୟ ଲୋକମାନେ ନିଜନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ଦୁଇ ବଡ଼ ବିରୋଧୀ ଶକ୍ତି ନିଆଁ ଓ ପାଣି ଏକାଠି ଆସନ୍ତି ତେବେ ଆପଣଙ୍କ ନିକଟରେ କ୍ଷମତା ଆହୁରି ବଢିବ । ଏହି ଫିଲ୍ମଟି ୨୦୨୧, ଜାନୁଆରୀ ୮ ରେ ରିଲିଜ ହେବାକୁ ଯାଉଛି ।
୧.୧୫ ମିନିଟ୍‌ର ଏହି ମୋଶନ ପୋଷ୍ଟରରେ ଫିଲ୍ମର ଦୁଇ ହିରୋ ଜଣେ ଅନ୍ୟ ଜଣଙ୍କ ଆଡ଼କୁ ଦୌଡୁ ଥିବାର ଦେଖିବାକୁ ମିଳୁଛି । ଏଥିରୁ ଜଣେ ପାଣିର ପ୍ରତୀକ ଓ ଅନ୍ୟ ଜଣେ ନିଆଁର ପ୍ରତୀକ ଭାବେ ଦେଖାଯାଉଛି । ଏହି କାରଣରୁ ସେମାନଙ୍କ ପଛରେ ବହୁ ଜୋରରେ ପାଣି ଏବଂ ନିଆଁ ଯାଉଥିବା ଦେଖିବାକୁ ମିଳୁଛି । ତେବେ ପୋଷ୍ଟରରେ ଏହି ଦୁଇ ହିରୋଙ୍କ ମୁହଁ ସ୍ପଷ୍ଟ ଜଣାପଡୁନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*