ସାମାଜିକ ପରିବର୍ତ୍ତନ ଆନେ୍ଦାଳନକୁ ଗତିଶୀଳ କରିବାକୁ ଆହ୍ୱାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭଦ୍ରକ

ଭଦ୍ରକ ବହୁଜନ ବୁଦ୍ଧିଜୀବୀ ସଂଗଠନ ଆନୁକୁଲ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ବୁଦ୍ଧିଜୀବୀମାନଙ୍କର ଏକ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ବିଧାନ କାର୍ଯ୍ୟକାରୀ ହେବାର ୬୯ ବର୍ଷ ପରେ ବି ଦଳିତ ବହୁଜନ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିନାହାନ୍ତି । ଉପସ୍ଥିତ ବୁଦ୍ଧିଜୀବୀମାନେ ଏହାର କାରଣ ଓ ନିରାକରଣ ସମ୍ବନ୍ଧରେ ତାତ୍ତ୍ୱିକ ବିଶ୍ଳେଷଣ କରିଥିଲେ । ଆଜି ସାରା ଭାରତ ବର୍ଷରେ ସାମ୍ବିଧାନିକ ବ୍ୟବସା୍ଥରେ ଅବକ୍ଷୟ ଘଟୁଥିବାରୁ ଏହାର ସୁରକ୍ଷା ତଥା ସମ୍ବିଧାନ ସମ୍ମତ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକ ଶକ୍ତିଶାଳୀ ଆନେ୍ଦାଳନ ଲୋଡ଼ା । ତେଣୁ ସମସ୍ତ ବୁଦ୍ଧିଜୀବୀମାନେ ଏ ସମ୍ବନ୍ଧରେ ବୃହତ ଜନମତ ସୃଷ୍ଟି କରିବା ପାଇଁ ବହୁଜନ ବୁଦ୍ଧିଜୀବୀ ସଂଗଠନର ଆବାହକ ଅଗଣି ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମଞ୍ଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମାଜର ନିଷ୍ପେସିତ ଅବହେଳିତ ଲୋକମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥାର ଠିକଣା ରାସ୍ତାରେ ନେବା ପାଇଁ ବୁଦ୍ଧିଜୀବୀମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ମଧ୍ୟ ଉପସ୍ଥିତ ବକ୍ତାମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ବାବା ସାହେବ ଆମ୍ବେଦକରଙ୍କ କୃତି ଓ କୃତିତ୍ୱ ବହୁଳ ମାତ୍ରାରେ ଉପସ୍ଥାପନ କରାଗଲେ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି ମତପ୍ରକାଶ ପାଇଥିଲା । ପ୍ରାରମ୍ଭରେ ସଂଗଠନ ତରଫରୁ ବାବାଜୀ ଚରଣ ଯେନା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସମ୍ମିଳନୀରେ ବରିଷ୍ଠ ସମାଜସେବୀ ଆମ୍ବେଦକରବାଦୀ କହ୍ନେଇ ଦାସଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*