ସାଧାରଣ ଲୋକଙ୍କୁ ବିଡିଏ-ବିଏମସି ଅଫିସ ମନା,ବିଡିଏରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ସ୍ମାର୍ଟସିଟିରେ ଏବେ ଚିନ୍ତାଜନକ ସ୍ଥିତିରେ ମହାମାରୀ କରୋନା ଆକ୍ରାନ୍ତ । ବିଶେଷ କରି ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ି ଚାଲିଛି । କରୋନା ହସ୍‌ସ୍ପିଟ୍‌ ଜିଲ୍ଲାଗୁଡିକରୁ ଲୋକେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳକୁ ଆସିବା ଫଳରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଶୁକ୍ରବାର ବିଡିଏର ପ୍ଲାନିଂ ସେଲରେ ଜଣେ ସିକୁ୍ୟରିଟି ଗାର୍ଡ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହି ଘଟଣା ପରେ ଦ୍ୱିତୀୟ ମହଲାରେ ଥିବା ତିନୋଟି ବିଭାଗ ସମ୍ପୂର୍ଣ୍ଣ ଭାବେ ସିଲ ହେବା ପରେ ଖୁବ୍ କମ ସଂଖ୍ୟକ କର୍ମ·ରୀ ଅଫିସ ଆସୁଥିଲେ । ଦୁଇଦିନ ହେବ ପ୍ରାୟ ୩୦ରୁ ୪୦ ପ୍ରତିଶତ କର୍ମ·ରୀ ଅଫିସକୁ ଆସୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଇଞ୍ଜିନିୟରିଂ ଡିଭିଜନର ଜଣେ କର୍ମ·ରୀ କ୍ୟାପିଟାଲ ହସ୍ପିଟାଲ ଯାଇ ସ୍ୱାବ ପରୀକ୍ଷା କରାଇଥିଲେ । ମଙ୍ଗଳବାର ତାଙ୍କର ରିର୍ପୋଟ ପଜିଟିଭ ଆସିବା ପରେ ସନ୍ଧ୍ୟା ୫ଟାରେ ଆମ୍ବୁଲାନ୍ସ ବିଡିଏ ଅଫିସ ନିକଟରେ ପହଞ୍ଚôିଥିଲା । ସେଠାରୁ ହିଁ କରୋନା ଆକ୍ରାନ୍ତ କର୍ମ·ରୀଙ୍କୁ କୋଭିଡ ହସ୍ପିଟାଲ ନିଆଯାଇଛି । ଏଥିସହ ତାଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ବିଡିଏ ଅଫିସକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି । ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ପକ୍ଷରୁ ବିଡିଏ ଓ ବିଏମ୍ସି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଯାଇଛି । ବିଏମ୍ସି ଅଞ୍ଚଳରେ ଆହୁରୀ କଡାକଡି ଭାବେ କଟକଣା ଜାରି କରାଯିବ । ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ଯେଉଁମାନେ କରୋନା କଟକଣା ମାନିବେ ନାହିଁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ନାଗରିକଙ୍କ କୌଣସି ସମସ୍ୟା ଥିଲେ ସେମାନେ ଅନ୍ଲାଇନରେ ଅଭିଯୋଗ କରିପାରିବେ । ମୋବାଇଲ ମାଧ୍ୟମରେ ଭୁବନେଶ୍ୱର ଡଟ୍ ମିକୁ ଯାଇ ସେଠାରେ ହିଁ ଲୋକମାନେ ଅଭିଯୋଗ ପଞ୍ଜିକରଣ କରିପାରିବେ । ଏଥିସହ ବିଏମ୍ସିକୁ ସିଧାସଳଖ ହେଲ୍ପ ଲାଇନ ନମ୍ବର ୧୯୨୯କୁ ଫୋନ କରି ନାଗରିକମାନେ ଅଭିଯୋଗ କରିବେ ବୋଲି ବିଏମ୍ସି କମିଶନର ଶ୍ରୀ ଚୌଧୁରୀ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*