ସରକାରଙ୍କ ୫ଟି ଯୋଜନା ଦିଗହରା: ବିଡିଓଙ୍କ ବଦଳି ପରେ ବିଲ ପୈଠ ପାଇଁ ଚାଲିଛି ମସୁଧା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କୋରେଇ

କୋରେଇ ବ୍ଲକରେ ଦୁର୍ନୀତିର ଫର୍ଦ ଦିନକୁ ଦିନ ବଢିବାରେ ଲାଗିଛି । ଏହି ବ୍ଲକ ରେ ସରକାରୀ ନିୟମ ଗୋଟେ ଆଡେ ଓ କାର୍ଯ୍ୟ ହୁଏ କର୍ମଚାରୀଙ୍କ ନିୟମାନୁସାରେ । ଏହି ବ୍ଲକ ବର୍ତ୍ତମାନ ସମୟରେ କହିବାକୁ ଗଲେ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟି ଗଲାଣି । ଯେପରି ଲାଗୁଛି ସରକାରଙ୍କ ୫ଟି ନିୟମ ଏହି ବ୍ଲକରେ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଜ ଆଡୁ ବାରଣ କରିଛନ୍ତି । କାରଣ ବ୍ଲକରେ ବର୍ତ୍ତମାନ ସମୟରେ ବରିଷ୍ଠ କିରାଣୀ ଥାଉ ଥାଉ ଦିର୍ଘ ୫ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟକରୁଥିବା କନିଷ୍ଠ କିରାଣୀ ମାନେ ବ୍ଲକର ମୁଖ୍ୟ କାର୍ଯ୍ୟ ତୁଲାଉଛନ୍ତି । ଏହି ବ୍ଲକରେ କାର୍ଯ୍ୟ ଦେଶ ଦିଆ ନଯାଇଥିବା କାର୍ଯ୍ୟର ବିଲ ପୈଠ ହୋଇଯାଉଛି । ସେହିପରି ବଦଳି ପରେ ପୁର୍ବରୁ ଥିବା ବିଡିଓ କାର୍ଯ୍ୟାଦେଶ ଦେଉଛନ୍ତି । କିନ୍ତୁ ସରକାରଙ୍କ ନିୟାମୁନୁଶାରେ ଜଣେ ବିଡିଓ ବଦଳି ହେଲାପରେ ପୁର୍ବରୁ ଥିବା ସ୍ଥାନରେ କୌଣସି କାର୍ଯ୍ୟାଦେଶ ଦେଇପାରିବେ ନାହିଁ, କିନ୍ତୁ କୋରେଇ ବ୍ଲକରେ ଦେଖିବାକୁ ଗଲେ ଏହି ନିୟମକୁ ପାଳନ କରାଯାଉନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରେଇ ବ୍ଲକର ଏକ ପ୍ରକଳ୍ପର କାର୍ଯ୍ୟାଦେଶ ପ୍ରଦାନ କ୍ଷେତ୍ରରେ । ଏହି ପ୍ରକଳ୍ପର ନାମ ହେଲା କୌଶଳ ବିକାଶ କେନ୍ଦ୍ରର ଅନ୍ତଃ ସାଜସଜା ଓ ସବୁଦିନିଆ ବସିବା ବ୍ୟବସ୍ଥା । ଏହି ପ୍ରକଳ୍ପର କାର୍ଯ୍ୟାଦେଶ କୋରେଇ ବ୍ଲକର କନିଷ୍ଠ ଯନ୍ତ୍ରୀ ନଳିନୀ କାନ୍ତ ଚନ୍ଦ୍ରଙ୍କ ନାମରେ ବ୍ଲକ ତରଫରୁ କାର୍ଯ୍ୟାଦେଶ ସଂଖ୍ୟା ୯୦୪ ମାଧ୍ୟମରେ ତା ୦୮/୦୩/୨୦୧୯ରିଖ ବିଡିଓ ହେମନ୍ତ କୁମାର ବିହାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ପାଇଁ ୧୦ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଏହି ପ୍ରକଳ୍ପଟିକୁ କାର୍ଯ୍ୟାଦେଶ ମିଳିବାର ୩ମାସ ମଧ୍ୟରେ ସାରିବାକୁ କୁହାଯାଇଛି । କିନ୍ତୁ ଏହି କୌଶଳ ବିକାଶ କେନ୍ଦ୍ର ଗୃହଟି ବ୍ଲକ ପ୍ରଶାସନ ତରଫରୁ ଟେନ୍ଦର କଲ ନୋଟିସ ୪୫୫/(୧) ମାଧ୍ୟମରେ ତା ୨୮.୦୩.୨୦୧୬ ମସିହାରେ କାର୍ଯ୍ୟାଦେଶ ଦିଆଯାଇଥିଲା । ଏହାପରେ ତ୍ତକାଳିନ କୋରେଇ ବିଡିଓ ହେମନ୍ତ କୁମାର ବିହାରୀ ୨୦୧୯ ମସିହା ଫେବୃଆରୀ ମାସ ୬ ତାରିଖରେ ପତ୍ର ସଂଖ୍ୟା ୪୩୫ ଓ ୪୩୬ ମାଧ୍ୟମରେ ଜିଲ୍ଲାପାଳଙ୍କୁ ବ୍ଲକରେ ଖର୍ଚ୍ଚ ହୋଇପାରିନଥିବା ଅର୍ଥ ଓ ବ୍ୟାଙ୍କ ଖାତାରେ ମିଳିଥିବା ସୁଧ ଟଙ୍କାକୁ ଖର୍ଚ୍ଚ କରି କିଛି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅନୁମତି ମାଗିଥିଲେ । ଏହି ପତ୍ରକୁ ଦୃଷ୍ଟିକୁ ନେଇ ଜିଲ୍ଲାପାଳ ୧୨ ତାରିଖରେ ପତ୍ର ସଂଖ୍ୟା ୧୦୫୭ ମାଧ୍ୟମରେ ଏହି ଅର୍ଥକୁ ପ୍ରକଳ୍ପ ମାଧ୍ୟମରେ ଖର୍ଚ୍ଚ କରିବାକୁ ଅନୁମତି ଦେଲେ । ଏହି ପତ୍ରକୁ ବିଡିଓ ହେମନ୍ତ କୁମାର ବିହାରୀ ୧୩ ତାରିଖରେ ଗ୍ରହଣ କଲେ । ଏହାପରେ ବିଡିଓ ହେମନ୍ତ କୁମାର ବିହାରୀଙ୍କ ବଦଳି ଆଦେଶ ଆଣିଥିବାରୁ ସେ ୧୮ ତାରିଖରେ କୋରେଇ ବ୍ଲକରୁ ବଦଳି ହୋଇଥିବା ସ୍ଥାନକୁ ରିଲିଫ ହୋଇଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ବଦଳି ଆଦେଶ ପାଇ ରିଲିଫ ହୋଇସାରିବା ପରେ ବିଡିଓ ହେମନ୍ତ କୁମାର ବିହାରୀ ମାର୍ଚ୍ଚ ମାସ ୮ ତାରିଖରେ ଏହି କୌଶଳ ବିକାଶ କେନ୍ଦ୍ରର ସାଜସଜା ଓ ସବୁଦିନ ପାଇଁ ବସିବା ବ୍ୟବସ୍ଥାର କାର୍ଯ୍ୟାଦେଶ ଦେଲେ କିପରି? ଏହି ତଥ୍ୟ ସୁଚନା ଆଇନ ମାଧ୍ୟମରେ ମଗାଯାଇଥିବା ତଥ୍ୟରୁ ହସ୍ତଗତ ହୋଇଛି । କାରଣ ତାଙ୍କ ସ୍ଥାନରେ କୋରେଇ ବିଡିଓ ଭାବେ ବ୍ୟାସନଗର ତହସିଲଦାର ନିରଂଜନ ବେହେରା ବିଡିଓ ଦାୟିତ୍ୱରେ ଥିଲେ । ସେହିପରି ବର୍ତ୍ତମାନ ବ୍ଲକ ପ୍ରଶାସନରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବିନା କାର୍ଯ୍ୟ ତଦାରଖରେ ବିଲ ପୈଠ କରିବା ପାଇଁ ମସୁଧା ଚଳାଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ କୋରେଇ ବ୍ଲକରେ ଦୁର୍ନୀତି କରିବା ପାଇଁ ସରକାରଙ୍କ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଉଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସରକାରଙ୍କ ୫ଟି ଯୋଜନାରେଚ ଯେପରି କୋରେଇ ବ୍ଲକ କ୍ଷେତ୍ରରେ ଦିଗହରା ହୋଇଯାଇଛି । ଏ ବିଷୟରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଈନ୍ଦ୍ରମଣୀ ନାୟକଙ୍କୁ ଯୋଗଯୋଗ କରିବାରୁ ସେ କହିଥିଲେ ମୁଁ ଏହାର ଅନୁଧ୍ୟାନ କରିବି ଯଦି ସତ୍ୟ ହୋଇଥାଏ ତାହା ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*