ସମାଜ ସେବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ରୋଟାରୀ କ୍ଲବ୍ ଭୁବନେଶ୍ୱର କଳିଙ୍ଗ ଏକ ସାରସ୍ୱତ ମହାନ୍ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉକ୍ରଳ ମନ୍ଦପ ମୁକ୍ତ ଆକାଶତଳେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସ୍ୱନାମଧନ୍ୟ ବୟୋଜ୍ୟେଷ୍ଠ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ, ଶେଖର ବୋଷ ଓ ତାନସେନ ସିଂହଙ୍କୁ କ୍ଲବ୍ ତରଫରୁ ରୋଟାରୀ କଳିଙ୍ଗ ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କର ସୁଲଳିତ କଣ୍ଠସ୍ୱର ସମସ୍ତ ଦର୍ଶକଙ୍କ ହୃଦୟରେ ମୂର୍ଚ୍ଛନା ପ୍ରତିଧ୍ୱନିତ କରାଇଥିଲା । ଏହି ମନୋଜ୍ଞ ଉତ୍ସବର ସମ୍ମାନିତ ଅତିଥି ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରୀଆନ୍ ଦେବାଶିଷ ମିଶ୍ର (ଚାଟାର୍ଡ଼ ଆକାଉଣ୍ଟାଣ୍ଟ) ଉକ୍ରଳର ଏହି ତିନି ବରପୁତ୍ରଙ୍କୁ ସମ୍ମାନିତ କରିଥିଲେ । ଏହି ମେଗା ଇଭେଣ୍ଟର ଉଦେ୍ଦଶ୍ୟ ହେଉଛି, ଏଥିରୁ ଉପଲବ୍ଧ ଅର୍ଥକୁ ସମାଜ ସେବାରେ ବ୍ୟବହାର କରାଯିବ । ଏହି କ୍ଲବ ସଦାସର୍ବଦା ସମାଜରେ ଅବହେଳିତ, ନିଃସହାୟ, ନିଷ୍ପେସିତ ଗ୍ରାମମାନଙ୍କରେ ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି । ଉପଲବ୍ଧ ଅର୍ଥରୁ ଥନ୍ଦା,ନିର୍ମଳ ଓ ଗରମଜଳ ପ୍ରକଳ୍ପ ସୁସ୍ଥ ଜୀବନ ପାଇଁ ସରକାରୀ ତଥା ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସ୍ଥାପିତ କରାଯିବ । ଉତ୍ସବର ଅଧ୍ୟକ୍ଷ ରୋଟାରିଆନ୍ ଅନୁପ ପାଣିଗ୍ରାହୀ କ୍ଲବର ସଭାପତି ରୋଟାରିଆନ୍ ସଞ୍ଜୟ ବୋଷ ସ୍ୱାଗତ ଭାଷଣ ଏବଂ ସମ୍ପାଦକ ରୋଟାରିଆନ୍ ରାଧାମୋହନ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*