ସନ୍ତାନ ଜନ୍ମ ଦେଲା ବେଳକୁ ଜାଣିଲେ ଗର୍ଭବତୀ ଥିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଗୁଇୟାଙ୍ଗ
ଚୀନର ଗୁଇୟାଙ୍ଗରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପେଟ ଯନ୍ତ୍ରଣା ନେଇ ଯେତେବେଳେ ଜଣେ ଯୁବତୀ ଡାକ୍ତରଙ୍କ ନିକଟକୁ ଗଲେ ସେତେବେଳେ ଜଣାପଡିଲା ଯେ, ସେ ଗର୍ଭବତୀ ଅଛନ୍ତି । ଏହି ଖବର ଜାଣିବା ପରେ ଯୁବତୀ ଜଣଙ୍କ ମଧ୍ୟ ଚିନ୍ତାରେ ପଡିଯାଇଥିଲେ । ସେ କହିଥିଲେ ଯେ, ମୁଁ କେବେ ବି କୌଣସି ପୁରୁଷଙ୍କ ସହ ସମ୍ପର୍କରେ ଆସିନାହିଁ । ମୋର ବୟଫ୍ରେନ୍ଦ ନାହାଁନ୍ତି । ଯଦି ଆପଣ ଚାହୁଁଛନ୍ତି ତେବେ କୁମାରୀତ୍ୱ ପରୀକ୍ଷା ମଧ୍ୟ କରିପାରନ୍ତି ।
ଯୁବତୀଙ୍କ ଏହି ସୂଚନା ଡାକ୍ତରମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । କାରଣ ୨୦ବର୍ଷିୟା ଏହି ଯୁବତୀ ଭଲ ପାଠସାଠ ମଧ୍ୟ ପଢିଛନ୍ତି । ଯେତେବେଳେ ସେ ଯନ୍ତ୍ରଣା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ସେତେବେଳେ ସନ୍ତାନ ପ୍ରସବର ସମୟ ଆସିଯାଇଥିଲା । ହେଲେ ଯୁବତୀ ଜଣଙ୍କ ଜିଦ୍‌ କରିଥିଲେ ଯେ, ସନ୍ତାନ ଜନ୍ମ ଦେବେ ନାହିଁ । ଯାଞ୍ଚ ବେଳେ ଡାକ୍ତରମାନେ ଜାଣିପାରିଥିଲେ ଯେ, ଯୁବତୀଙ୍କର ମାସିକ ଋତୁସ୍ରାବ ମଧ୍ୟ ଠିକ୍‌ରେ ହେଉଥିଲା । ପରେ ଯୁବତୀ ଜଣଙ୍କ ସନ୍ତାନ ଜନ୍ମ ଦେଇଥିଲେ, ହେଲେ ସନ୍ତାନକୁ ଗ୍ରହଣ କରିନଥିଲେ । ଡାକ୍ତରମାନେ ବାଧ୍ୟରେ ନବଜାତକୁ ମହିଳାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*