ଶ୍ରୀନଗରକୁ ଯିବା ପାଇଁ ଯଶବନ୍ତ ସିହ୍ନାଙ୍କୁ ଅନୁମତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଶ୍ରୀନଗର

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କାରଣରୁ ସେଠାରେ ଲାଗିଥିବା ପ୍ରତିବନ୍ଧକ ସକାଶେ ବିମାନ ବନ୍ଦରରୁ ଫେରିବାକୁ ବାଧ୍ୟ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ଶୁକ୍ରବାର ଶ୍ରୀନଗରରେ ପ୍ରବେଶ ପାଇଁ ଅନୁମତି ମିଳିଛି । ସିହ୍ନାଙ୍କ ସମେତ ଜାମ୍ମୁ-କାଶ୍ମୀର ପ୍ରଶାସନ ପୂର୍ବତନ ପ୍ରଶାସକ ୱାଜାହଟ ହବିବୁଲ୍ଲାହ, ସାମ୍ବାଦିକ ଭାରତ ଭୁଷଣ ଏବଂ ସାମାଜିକ କର୍ମୀ କପିଳ କକ୍‌ଙ୍କୁ ଶ୍ରୀନଗର ଗସ୍ତ ପାଇଁ ଅନୁମତି ଦେଇଛି । ଯିବା ବାଟରେ ଯଶବନ୍ତ ସିହ୍ନା ଶ୍ରୀନଗରକୁ ଯାଉଛି ବୋଲି ସୂଚନା ଦେବା ସହ ସେଠାରେ ପରିସ୍ଥିତି ଅନୁଧ୍ୟାନ ଏବଂ ସରକାରଙ୍କ ପଦକ୍ଷେପ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବୁ ବୋଲି କହିଥିଲେ । ଏହସହ ଜାମ୍ମୁ-କାଶ୍ମୀର ପ୍ରଶାସନ ଆମକୁ ପ୍ରବେଶ ଅନୁମତି ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସୂଚନା ଅନୁସାରେ ଏହି ୪ ଜଣିଆ ଦଳ ଜାମ୍ମୁ-କାଶ୍ମୀରରେ ୪ ଦିନ ରହିବେ ଏବଂ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି, ଲୋକଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିବେ ।
ଶୁକ୍ରବାର ଶ୍ରୀନଗରରେ ପହଞ୍ଚô ସିହ୍ନା ଏବଂ ଅନ୍ୟମାନେ ସ୍ଥାନୀୟ ଲୋକଙ୍କୁ ଭେଟିଥିବା ଜଣାପଡିଛି । ସେମାନେ ଏହି ଗସ୍ତ କାଳରେ ଗୃହବନ୍ଦୀ ହୋଇ ରହିଥିବା ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟିବେ ବୋଲି ମଧ୍ୟ ସୂତ୍ରରୁ ପ୍ରକାଶ । ଆସନ୍ତା ନଭେମ୍ବର ୨୫ରେ ଏହି ଗ୍ରୁପ ଜାମ୍ମୁ-କାଶ୍ମୀରରୁ ଫେରି ସେଠାକାର ସ୍ଥିତି ବାବଦ ରିପୋର୍ଟ ଜାରି କରିବ ବୋଲି ଜଣାପଡିଛି ।
ଏହା ପୂର୍ବରୁ ସିହ୍ନାଙ୍କୁ ଯେତେବେଳେ ଜାମ୍ମୁ-କାଶ୍ମୀର ଏୟାରପୋର୍ଟରୁ ଫେରାଇ ଦିଆଯାଇଥିଲା, ସେତେବେଳେ ସେ ତାଙ୍କୁ ଜଣେ ଅପହରଣକାରୀ ଏବଂ ଆତଙ୍କୀ ଭଳି ଫେରାଇ ଦିଆଯାଇଛି ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*