ଶିଶୁମାନେ ଜାତିର ମହକ, ସର୍ବଶ୍ରେଷ୍ଠ ସମ୍ପଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଜିଲ୍ଲା ସ୍କୁଲ, ଭଦ୍ରକଠାରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ସଭାପତିତ୍ୱ କରିଥିବାବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ ମୁଖ୍ୟ ଅତିଥି ଓ ରୋଟାରୀ କ୍ଲବ୍ ମିଡଟାଉନର ସଭାପତି ଅତିଶ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିôଲେ ।
ଶିଶୁମାନେ ଜାତିର ମହକ,ସର୍ବଶ୍ରେଷ୍ଠ ସମ୍ପଦ । କିନ୍ତୁ ଆଜିର ଯାନ୍ତ୍ରିକ ଦୁନିଆରେ ପିଲାଦିନ ହଜିଯାଇଛି । ସେମାନେ ଚାପଗ୍ରସ୍ଥ ଜୀବନ ବିତାଉଛନ୍ତି । ଏହି ପରିପ୍ରେକ୍ଷୀରେ ପିତାମାତା,ଗୁରୁଜନ ଓ ଶିକ୍ଷକମାନେ ପିଲାମାନଙ୍କୁ ଅଧିକ ସମୟ ଦେବା ସହ ନୀତିଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଂସ୍କାରିତ କରିବା ଓ ଶୈଶବକୁ ଚାପମୁକ୍ତ କରିବା ନିହାତି ଜରୁରୀ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଅଶୋକ କୁମାର ଶତପଥୀ ସ୍ୱାଗତ ଭାଷଣ ଦେବା ସହ ଏ ଉତ୍ସବ ଆୟୋଜନରେ ପ୍ରାକ୍ତନ ଛାତ୍ର ରବିନାରାୟଣ ମହାନ୍ତିଙ୍କ ଅବଦାନ ସମ୍ପର୍କରେ ମତପୋଷଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*