ଶିଶୁକନ୍ୟାର ଚିକିତ୍ସା ପାଇଁ ଅର୍ଥ ବାଧକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ସାଲେପୁର

ସାଲେପୁର ବ୍ଲକ୍ ଅନ୍ତର୍ଗତ ଶିଶୁଆ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ବଲ୍ଲଭ ରାଉତ ଓ ସସ୍ମିତା ରାଉତଙ୍କ ଦେଢ଼ ବର୍ଷର ଶିଶୁ କନ୍ୟା ତେଜସ୍ୱିନୀ ଜନ୍ମ ହେବା ବେଳେ ସେ ସୁସ୍ଥ ଥିଲା । ତେଜସ୍ୱିନୀକୁ ଦେଢ଼ ମାସ ହେବା ପରେ ହଠାତ୍ ତା’ର ମୁନ୍ଦର ଆକୃତି ବଢ଼ିବାରେ ଲାଗିଲା । ଏହା ନେଇ ବାପା-ମା’ ଚିନ୍ତାରେ ପଡିବା ସହ ଧାର ଉଧାର କରି ନିଜର ଅଳଙ୍କାର ବିକ୍ରି କରି କଟକ ବଡ଼ ମେଡ଼ିକାଲ ଓ ପରେ ଶିଶୁ ଭବନରେ ଚିକିତ୍ସା କରାଇଥିଲେ । ଏହି ଚିକିତ୍ସାରେ ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ । କିନ୍ତୁ ଚିକିତ୍ସାର କୌଣସି ସୁଫଳ ମିଳିନଥିଲା । ଚିକିତ୍ସାକାରୀ ଡାକ୍ତର ଏହି ରୋଗ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଅଛି ଓ ଏହି ରୋଗର ଚିକିତ୍ସା ଏଠାରେ ହୋଇପାରିବ ନାହିଁ ବୋଲି କହିବାରୁ ଶେଷରେ ଗରିବ ଦମ୍ପତି ନିଜ ଭାଗ୍ୟକୁ ଆଦରି ପିଲାଟିକୁ ଘରକୁ ନେଇ ଆସିଛନ୍ତି । ବଲ୍ଲଭ ରାଉତ ଜଣେ ଦିନମଜୁରିଆ ହୋଇଥିବାରୁ ଯେଉଁ ମଜୁରୀ ଆଣେ କଷ୍ଟେ ମଷ୍ଟେ ଏହି ପରିବାରକୁ ଚଳାଇବା ପାଇଁ ସକ୍ଷମ ହୋଇଥାଏ । କିନ୍ତୁ ବୋଝ ଉପରେ ନଳିତା ବିଡ଼ା ଭଳି ବର୍ତ୍ତମାନ ତାଙ୍କର ଶିଶୁ କନ୍ୟାର ଚିକିତ୍ସା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି, ସେଥିପାଇଁ ତାଙ୍କୁ ସବୁ ଅନ୍ଧକାରମୟ ଦେଖାଯାଉଛି ବୋଲି ସେ ପ୍ରକାଶ କରିବା ସହ ଯଦି ସରକାରଙ୍କ ପକ୍ଷରୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଆନ୍ତା, ତେବେ ମୋର ଝିଅ ନିଶ୍ଚିତ ଏହି ଦୂରାରୋଗରୁ ସୁସ୍ଥ ହୋଇପାରନ୍ତା ବୋଲି ଉଭୟ ମା’ବାପା ଛଳ ଛଳ ଆଖିରେ ପ୍ରକାଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*