ଶାହା କହିଲେ ୨୫୦ ରୁ ଅଧିକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ
ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ସମସ୍ତଙ୍କୁ ଚକିତ କରିଛି । ଏହି ଏୟାର ଷ୍ଟ୍ରାଇକରେ କେତେଜଣ ଆତଙ୍କବାଦୀଙ୍କ ମୃତୁ୍ୟ ହୋଇଛି ତାହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଅନେକ ରାଜନୈତିକ ଦଳ ସରକାରଙ୍କୁ ଏୟାର ଷ୍ଟ୍ରାଇକର ପ୍ରମାଣ ଦେବାକୁ ଦାବି ମଧ୍ୟ କଲେଣି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଏୟାର ଷ୍ଟ୍ରାଇକ୍‌ରେ ୩୦୦ ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି । ହେଲେ ଏବେ ଏହି ସଂଖ୍ୟାର ଖେଳରେ ପଶିଛନ୍ତି ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ସେ କହିଛନ୍ତି ଯେ, ବାୟୁସେନାର ଏୟାର ଷ୍ଟ୍ରାଇକ୍‌ରେ ୨୫୦ ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।
ଅମିତ୍‌ଙ୍କ ଏହି ବୟାନ ପରେ ରାଜନୀତି ଜୋର ଧରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ, କଂଗ୍ରେସ ନେତା କପିଲ ଶିବଲ, ନବଜ୍ୟୋତ ସିଂ ସିଦ୍ଧୁଙ୍କ ସମେତ ଅନେକ ନେତା ଅମିତଙ୍କ ଏହି ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅହମ୍ମଦାବାଦର ଏକ ରାଲିରେ ଅମିତ୍‌ କହିଛନ୍ତି ଯେ, ସମସ୍ତେ ଭାବୁଥିଲେ ଆମେ ସର୍ଜିକାଲଷ୍ଟ୍ରାଇକ୍‌ କରିପାରିବୁ ନାହିଁ । ମାତ୍ର ପୁଲୱାମା ଘଟଣାର ୧୩ତମ ଦିନରେ ମୋଦୀ ସରକାର ଏୟାର ଷ୍ଟ୍ରାଇକ୍‌ କରି ୨୫୦ ରୁ ଅଧିକ ଆତଙ୍କୀଙ୍କୁ ନିପାତ କଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*