ଶାନ୍ତିର ବାର୍ତ୍ତାବହ କର୍ମଶାଳା ଉଦ୍ୟାପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ମୁଖ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ “ଶାନ୍ତିର ବାର୍ତ୍ତାବହ କର୍ମଶାଳା” ଶୁକ୍ରବାର ଉଦ୍ୟାପିତ ହୋଇଯାଇଛି । ବିଶ୍ୱ ସ୍କାଉଟ ସଂଗଠନ ଦ୍ୱାରା ଯୁବପିଢିମାନଙ୍କ ଦ୍ୱାରା ବିଶ୍ୱବ୍ୟାପୀ ଶାନ୍ତିର ବାର୍ତ୍ତା ପ୍ରଚାର ନିମନ୍ତେ ଏହି କର୍ମଶାଳା ଆୟୋଜନ କରିବାରେ ଓଡିଶା ପ୍ରଥମ ରାଜ୍ୟ ଯେ କି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନେଇଅଛି । ରାଜ୍ୟର ବିଭିନ୍ନ ଜିଲ୍ଲାରାୁ ୬୪ ଜଣ ଯୁବ ପ୍ରତିନିଧି ସଂଯୋଜକ ଭାବେ ତାଲିମ ନେଇଛନ୍ତି ଯେଉଁମାନେ କି ପରବର୍ତ୍ତୀ ମୁହୁର୍ତ୍ତରେ ରାଜ୍ୟ ବ୍ୟାପୀ ଯୁବକଯୁବତୀମାନଙ୍କୁ ଶାନ୍ତିର ବାର୍ତ୍ତାବହ ରୂପେ କାର୍ଯ୍ୟକରି ବିଶ୍ୱ ଶାନ୍ତିର ବାର୍ତ୍ତା ପ୍ରଚାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ତା୨୭ା୯ା୧୯ରିଖ ଅପରାହ୍ନରେ ଆୟୋଜିତ ଉଦ୍ୟାପନୀ ସମାରୋହରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କର୍ମଶାଳାର ସଫଳତା କାମନା କରିବା ସହିତ ଯୋଗଦେଇଥିବା ପ୍ରତ୍ୟେକ ସ୍କାଉଟ ଓ ଗାଇଡ୍ର ଯୁବବର୍ଗଙ୍କୁ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରି ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ଗୌରବ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ରାଜ୍ୟ ସମ୍ପାଦକ ରାମମୂର୍ତ୍ତି ଦୋରା ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ସମସ୍ତଙ୍କୁ ଏ ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ । କର୍ମଶାଳାର ପରିଚାଳକ ଜାତୀୟ କାର୍ଯ୍ୟାଳୟର ଉପନିଦେ୍ର୍ଦଶକ ଅମର ବି.ଛେତ୍ରୀ ରାଜ୍ୟ ସଂଗଠନ ଏପରି କର୍ମଶାଳା ଆୟୋଜନ କରି ଯୁବପିଢିମାନଙ୍କୁ ପ୍ରେରଣା ଦେବା ପାଇଁ ଯେଉଁ ଉଦାହରଣ ସୃଷ୍ଟି କରିଛି ସେଥିପାଇଁ ସେ ରାଜ୍ୟ ମୁଖ୍ୟ କମିଶନରଙ୍କୁ କୃତଜ୍ଞତା ଜଣାଇଥିଲେ । ବିଶ୍ୱ ସ୍କାଉଟ ସଂଗଠନର ପ୍ରତିନିଧି ମଧୁସୁଧନ ଆଭାଲାଙ୍କ ସକ୍ରିୟ ତତ୍ତ୍ୱାବଧାନରେ ଉକ୍ତ କର୍ମଶାଳା ପରିଚାଳିତ ହୋଇଥିଲା । ଶେଷରେ ମୁଖ୍ୟ ଅତିଥି ଡଃ ମିଶ୍ର ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*