ଶକ୍ତି ପ୍ରଦର୍ଶନ ପାଇଁ ଶ୍ରୀକାନ୍ତଙ୍କ ପ୍ରସ୍ତୁତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କେନ୍ଦ୍ରାପଡ଼ା

କଂଗ୍ରେସ ଦଳରୁ ବିଦା ହୋଇଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଖୁବଶୀଘ୍ର କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଥିବା ଖବର ମିଳିଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତିନିମୁହାଣୀ ରାମମନ୍ଦିର ପରିସରରେ ସମାବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବା କୁହାଯାଇଛି । ଅନୁ୍ୟନ ୫ହଜାର ଲୋକଙ୍କୁ ସମାବେଶକୁ ଆଣିବା ପାଇଁ ତାଙ୍କର କିଛି ଅନୁଗତ ଲାଗି ପଡ଼ିଛନ୍ତି । ଜିଲ୍ଲାର ୩ଟି ବିଧାନସଭା ଆସନରେ ବିଏସ୍‌ପି, ଏସପି, ଆପ୍‌ ପ୍ରାର୍ଥୀଙ୍କୁ ସ୍ଥଳ ବିଶେଷରେ ସମର୍ଥନ ଓ ସହାୟତା କରିବା ସହ ବିଜଦ ବିରୋଧୀ ଭୋଟ କିପରି କଂଗ୍ରେସକୁ ଯାଇନପାରିବ ସେଥିନେଇ ରଣକୌଶଳ ପ୍ରସ୍ତୁତ କରିଥିବା ଶ୍ରୀକାନ୍ତଙ୍କୁ ଏହି ସମାବେଶ ଶକ୍ତି ଦେବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ଶ୍ରୀକାନ୍ତ ଥରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲାବେଳେ ପୂର୍ବରୁଥିବା ବରୀ-ଡେରାବିଶ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । ଫଳରେ ତାଙ୍କର ଥିବା ଅନୁଗତଙ୍କୁ ଏକାଠି କରିବାକୁ ସେ ପ୍ରୟାସ କରିଥିବା କୁହାଯାଉଛି । ହେଲେ ତାଙ୍କ ରଣନୀତି କେତେଦୂର ଫଳପ୍ରଦ ହେବ ତାହା ଉପରେ ରାଜନୀତି ସଚେତନ ଲୋକେ ନିଜର ରଖିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*