ରୟାଲ୍ସର ରାଜକୀୟ ବ୍ୟାଟିଂ: ୧୬ରନରେ ହାରିଲା ଚେନ୍ନାଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସାର୍‌ଜା

୨୧୭ରନର ଟାର୍ଗେଟ ଚେନ୍ନାଇ ସୁପରକିଙ୍ଗସ ଆଗରେ ରଖିଥିଲା ରାଜସ୍ଥାନ ରୟାଲ୍ସ । ଡ୍ୟାଡ୍‌ ଆର୍ମି ପାଇଁ ଏହା ସମ୍ଭବତଃ ହୋଇଯାଇଥିଲା ଏକ କଷ୍ଟକର ଟାର୍ଗେଟ । ତେବେ ଡୁପ୍ଲେସିସ୍‌ ୩୭ବଲରୁ ୭ ଛ’କା ଓ ୧ ଚୌକା ସହ ୭୨ ଏବଂ ଶେଷ ଓଭରରେ ଧୋନୀ ଲଗାତାର ୩ଛ’କା ମାରି ଅପରାଜିତ ୨୯ରନ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା ମ୍ୟାଚ ଜିତିବା ପାଇଁ । ଚେନ୍ନାଇ ନିଜ ୨୦ ଓଭରରେ ୬ଉଇକେଟ ହରାଇ ୨୦୦ରନ କରିବାକୁ ସକ୍ଷମ ହେବାରେ ରାଜସ୍ଥାନ ୧୬ରନରେ ମ୍ୟାଚକୁ ଜିତି ୨ପଏଣ୍ଟ ଦଖଲ କରିନେଇଛି । ଚେନ୍ନାଇ ପକ୍ଷରୁ ୱାଟସନ ୩୩, କେଦାର ୨୨ ଏବଂ ବିଜୟ ୨୧ରନ କରିଥିଲେ । ତେବେ ଏହି ମ୍ୟାଚରେ ବିଜୟ ହାସଲ କରିଥିବା ରୟାଲ୍ସ ପାଇଁ ତାଙ୍କର ରାଜକୀୟ ବ୍ୟାଟିଂ ହିଁ ସତରେ ଦେଇଥିଲା ବଡ଼ କାମ ।
ଯେଉଁ ସାର୍‌ଜା କି୍ରକେଟ ଷ୍ଟାଡିୟମରେ ୟୁଏଇର କି୍ରକେଟ ଫ୍ୟାନ ଛ’କାଓ ଚୌକାର ବର୍ଷା ଅଶୀ ଦଶକରେ ଦେଖି ଆନନ୍ଦ ବିଭୋର ହେଉଥିଲେ ସେହି ଷ୍ଟାଡିୟମକୁ ୨୦୨୦ ଆଇପିଏଲ ମ୍ୟାଚ ଆସିବା ସହ ସେହି ରୋଚକ ବ୍ୟାଟିଂ ବି ଚାଲିଆସିଛି । ଟସରେ ହାରି ପ୍ରଥମେ ବ୍ୟାଟିଂ କରିବାକୁ ବାଧ୍ୟ ହୋଇଥିବା ରାଜସ୍ଥାନ ରୟାଲ୍ସର ଟପ୍‌ ଅର୍ଡର ସହ ଶେଷର ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ କରିବାରେ ଦଳ ନିଜ ନିର୍ଦ୍ଧାରିତ ୨୦ ଓଭରରେ ୭ଉଇକେଟ୍‌ ହରାଇ ୨୧୬ରନ୍‌ କରିପାରିଛି । ୧୦.୮୮ ହାରରେ ରନ୍‌ ସଂଗ୍ରହ କରି ପ୍ରଥମ ଦଳ ଭାବରେ ୧୩ତମ ଆଇପିଏଲରେ ୨୦୦ରନ୍‌ ପାଇ କରିଛି ରାଜସ୍ଥାନ । ପ୍ରଥମ ମ୍ୟାଚ ଖେଳି ଜିତିସାରିଥିବା ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ ଖେଳିଥିବା ରୟାଲ୍ସର ଟପ୍‌ ବ୍ୟାଟିଂ ଷ୍ଟାର ଚମକିବା ଦଳ ପାଇଁ ଆଣିଦେଇଛି ଖୁସି । ଷ୍ଟିଭ୍‌ ସ୍ମିଥ ୬୯, ସଂଜୁ ସାମ୍‌ସନ୍‌ ୭୪ଙ୍କ ସହ ଜୋଫ୍ରା ଆର୍ଚର ୨୭ଙ୍କ ଆତସବାଜି ଭରା ବ୍ୟାଟିଂ ଆଇପିଏଲକୁ ଆହୁରି ଜମେଇ ଦେଇଛି ।
ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ବୋଲିଂ ବାହିନୀ ଦ୍ୱାରା କମ୍‌ରେ ଅଟକାଇବାର ଯେଉଁ ଭାବନା ଟସ ଜିତିବା ପରେ ରଖି ପ୍ରଥମେ ବୋଲିଂର ନିର୍ଣ୍ଣୟ କରିôଥଲେ ତାହା ଆଦୌ ଘଟିନଥିଲା । ଚେନ୍ନାଇର ବୋଲିଂ ଆଜି ଥିଲା ଅତି ମାମୁଲି । ଦଳର ଏହି ଦମ୍‌ଦାର ବ୍ୟାଟିଂ ପାଇଁ ମୂଳ ଶ୍ରେୟ ଦ୍ୱିତୀୟ ଉଇକେଟ୍‌ ଭାଗିଦାରୀକୁ ମିଳିବ । ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଏବଂ ୱାନ୍‌ ଡାଉନ୍‌ ବ୍ୟାଟ୍ସମ୍ୟାନ ସଂଜୁ ସାମସନ୍‌ ଏକାଠି ଧୁଲେଇ କରିଥିଲେ ଚେନ୍ନାଇ ବୋଲରଙ୍କୁ । ଦୁହେଁ ୧୨୧ ରନ୍‌ ଯୋଡିଥିଲେ । ସଂଜୁ କଟ୍‌ ଓ ପୁଲ୍‌ ଏବଂ ଲଫଟେଡ୍‌ ଡ୍ରାଇଭର ଭରପୁର ପ୍ରଦର୍ଶନ କରିଥିଲେ । ୯ଛକା, ୧ଚୌକା ସହ ସେ କେବଳ ୩୨ବଲରୁ ୭୪ରନ ସ୍କୋର କରିଥିଲେ । ୭ମ ଖେଳାଳି ଭାବରେ ୧୯ତମ ଓଭରରେ ଆଉଟ୍‌ ହେଲା ବେଳକୁ ଅଧିନାୟକ ସ୍ମିଥ ୪ଟି ଲେଖାଏଁ ଛ’କା ଓ ଚୌକା ସହ ୪୭ବଲରୁ ୬୯ରନ୍‌ କରିଥିଲେ ।
ଶେଷ ଓଭରରେ ବର୍ଷିଥିଲେ ଆର୍ଚର । ନିଗିଡିଙ୍କ ଲୟଭରା ବୋଲିଂ ଆଗରେ ଛ’କାର ଲାଇନ୍‌ ଲଗାଇ ଦେଇଥିଲେ । ସେ କେବଳ ୮ବଲରୁ ୪ଛ’କା ସହ ୨୭ରନ୍‌ ସ୍କୋର କରି ଅପରାଜିତ ରହିଥିଲେ । ଟମ୍‌ କରନ୍‌ ୧୦, ତେୱାଟିଆ ୧୦, ଉଥପ୍ପା ୫ ଏବଂ ଯଶସ୍ୱୀ ଏବଂ ପରାଗ ୬ରନ୍‌ ଲେଖାଏଁ ସ୍କୋର କରିଥିଲେ । ଚେନ୍ନାଇ ପାଇଁ ବୋଲିଂର କିଛିଟା ସମ୍ମାନ ରଖିଥିଲେ ସାମ୍‌ କରନ୍‌ । ସେ କେବଳ ୩୩ରନ୍‌ ଦେଇ ୩ ସଫଳତା ହାସଲ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*